ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ସ୍ଥିତ ଡ. ଆମ୍ବେଦକର ଦାତବ୍ୟ କେନ୍ଦ୍ର ପରିସରରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଜନାର୍ଦ୍ଧନ ଶ୍ରୀଚୌହାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଜନାର୍ଦ୍ଧନ ଶ୍ରୀଚୌହାନ, ସମ୍ମାନିତ ଅତିଥି ଭାବରେ କାନ୍ତିଲାଲ ମୁଗ୍ରୀ, ନେପାଳ ଚନ୍ଦ୍ର ବାଗ, ହେମସାଗର ନନ୍ଦ, ନବୀନ କୁଅଁର, ସମାଜସେବୀ ଅର୍ଜୁନ ମୁଗ୍ରୀ, ଦ୍ରୋଣ କୁମ୍ଭା, ସ୍ୱର୍ଣ୍ଣବାଳା ନାଗ ଯୋଗ ଦେଇଥିଲେ । ପ୍ରମୋଦ କୁମ୍ଭାରଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ମଂଚ ପରିଚାଳନା କରିଥିଲେ ଯଶସ୍ୱିନୀ ଶ୍ରୀଚୌହାନ ଓ ଧନ୍ୟବାଦ ଦେଇଥିଲେ ପବିତ୍ର ନାଗ ।

Leave A Reply

Your email address will not be published.