jayashree

ହିଆଁଲ କ୍ଲଷ୍ଟରରେ ସମ୍ବିଧାନ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ୭୭ତମ ସମ୍ବିଧାନ ଦିବସ ପାଳିତ ହୋଇଥିଲା । ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଧୁଷାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଜୟ କୁମାର ତାଣ୍ଡୀ, ସହକାରୀ ଶିକ୍ଷକ ମାୟାଧର ଭରାସଗ୍ରିଆ, ଶିଶୁ ସେବିକା ଝରଣା ମିର୍ଦ୍ଧା ଉପସ୍ଥିତ ଥିଲେ । ଶ୍ରୀ ଦାଶ ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇଥିଲେ । ତା’ପରେ ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଶପଥ ଗ୍ରହଣ କରିଥିଲେ । ସେହିପରି ଅନ୍ୟ ବିଦ୍ୟାଳୟ ମାନଙ୍କରେ ମଧ୍ୟ ପାଳନ କରାଯାଇଥିଲା ।

Leave A Reply

Your email address will not be published.