csstore

ନାଟ୍ୟଗୁରୁ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଟ୍ୟ ଗୁରୁ ତଥା ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗୀୟ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ କରକମଳରେ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଯୋଗ ଦେଇଥିଲେ । ତେବେ ଏହି ଉଦ୍‌ଘାଟନୀ ଉତ୍ସବରେ ୨୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରା ଯାଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ ଦଣ୍‌ଣ୍ଡସେନା, ଆଲୁମିନି ସଦସ୍ୟ ସୁରେନ୍ଦ୍ର ମହାପାତ୍ର, ବିଜେପି ରାଜ୍ୟ ସମ୍ପାଦକ ବିଶ୍ୱଜିତ ସ୍ୱାଇଁ, ପ୍ରଧାନ ଶିକ୍ଷକ ସର୍ବେଶ୍ୱର ରଥ, ସ୍କୁଲ ପରିଚାଳନା କମିଟି ଚେୟାରମେନ ଈଶ୍ୱର ବାଗ, ଆଲୁମିନି ସଭାପତି ସୁରେଶ ମହାପାତ୍ର, ତଥା ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଭଗବାନ ପ୍ରଧାନ ଏବଂ ସ୍କୁଲର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମାନିନୀ ଦାଶ ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.