ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ : ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । କୁଆଁପାଳ ଠାରେ ଆୟୋଜିତ ସ୍ମୃତିଚାରଣ ସଭାରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ସ୍ୱର୍ଗତଃ ଶରତ କରଙ୍କର ସୁପୁତ୍ର ଶୋଭନ କର, ସୁମନ କର, ଆଇନଜୀବୀ ଆଦ୍ୟାଶା କର ଏବଂ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏଥିସହ ସ୍ୱର୍ଗତଃ ଶରତ କରଙ୍କର ଜୀବନଶୈଳି ଓ ସାହିତ୍ୟ ସଂସ୍କୃତି ପ୍ରତି ଥିବା ଅବଦାନ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.

four × five =

error: Content is protected !!