ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । (ଫାଓ) ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରର ବିଭିନ୍ନ ପଡ଼ିଆରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏନ୍‌ଆର୍‌ଆର୍‌ଆଇ ପଡ଼ିଆରେ ଆୟୋଜିତ ପ୍ରଥମ ସେମି ଫାଇନାଲ ଖେଳ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ଓ ଭୁବନେଶ୍ୱର ୟୁନିଟ-୬ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ଗୋଲରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳ ବିଜୟୀ ହୋଇଥିଲେ । ସେହିପରି ୨ୟ ସେମି ଫାଇନାଲ ଖେଳ ସତ୍ୟବ୍ରତ ପଡ଼ିଆରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ବରଗଡ଼ ଏବଂ ଓଡ଼ିଶା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ବରଗଡ଼ ୧-୦ ଗୋଲରେ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.

2 × 2 =