pakka

ସ୍ୱାୟତ୍ତ ଶାସନ ପୂର୍ବରୁ ସହରକୁ ସରସ ସୁନ୍ଦର କରିବାରେ ତହସିଲଦାରଙ୍କ ପ୍ରଶଂସନୀୟ ଉଦ୍ୟମ

bbehera

ଗଞ୍ଜମ, (ପ୍ରଦୀପ କୁମାର ପଣ୍ଡା) : ଗୋଟିଏ ଦିନ ପରେ ସ୍ୱାୟତ୍ତ ଶାସନ ଦିବସ । ଯାହାକୁ ନେଇ ଗଞ୍ଜାମ ଏନ୍‌ଏସି ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରକୁ ମହାସମାରୋହରେ ପାଳନ କରିବା ନେଇ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଲକ୍ଷ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବିଜ୍ଞାପିତ ଅଂଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ସ୍ଥାନୀୟ ତହସିଲଦାର ଅରୁଣ କୁମାର ନାୟକଙ୍କ ପ୍ରସଂଶନୀୟ ଉଦ୍ୟମକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ତହସିଲଦାର ନିଜେ ସହର ସ୍ଥିତ ଦାମୋଦରପୁର ଗ୍ରାମ ଯାତ୍ରୀ ବିଶ୍ରାମଗାର ନିକଟରେ ରହିଥିବା ସେଲ୍‌ଫି ପଏଣ୍ଟରେ ତ୍ରିରଙ୍ଗା କଲର ଦେଇ ରଙ୍ଗୀନ କରିଥିବା ଦେଖିବାକୁ ମିଳିଛି । ଏଥିରେ ୧୨ ନମ୍ବର ୱାର୍ଡ଼ କାଉନସିଲର ପି ଚନ୍ଦ୍ରଶେଖର, ଦୀପ୍ତି ରଞ୍ଜନ ପୃଷ୍ଟି, ସୁମିତ କୁମାର ବେହେରା, ଉତ୍ତମ ବେହେରା, କମଳା କାନ୍ତ ଦାଶ ପ୍ରମୁଖ ଏନଏସି କର୍ମଚାରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

16 − seven =

error: Content is protected !!