pakka

କେ.ଭି. କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

bbehera

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜିସ୍ଥିତ କେ.ଭି. କଲେଜରେ ଜାତୀୟ କ୍ରୀଡା ଦିବସ ସୋମବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୃଥକ ପୃଥକ ପ୍ରତିଯୋଗିତା ମଧ୍ୟରେ ବକ୍ତୃତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ପ୍ରତିଯୋଗିତା ମଧ୍ୟରେ ବକ୍ତୃତାରେ ମହମ୍ମଦ ମୋହସିନ ଖାନ (ପ୍ରଥମ), ବରୁଣ ଅଗ୍ରୱାଲ(ଦ୍ୱିତୀୟ), ପ୍ରିତି ସାହୁ(ତୃତୀୟ), ଯୁକ୍ତ ତିନି ପ୍ରତିଯୋଗିତା ରଚନାରେ ଅନମୋଲ ପାରେଖ(ପ୍ରଥମ), ଉତ୍କଳମଣି ବେହେରା(ଦ୍ୱିତୀୟ), ରୋଶନ ମେହେର (ତୃତୀୟ), ଉଭୟ ଯୁକ୍ତ ଦୁଇ ଓ ତିନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଚନ୍ଦୁ ଖୁରା(ପ୍ରଥମ), କ୍ଷମାନିଧି ସେଠ(ଦ୍ୱିତୀୟ) ଓ ପ୍ରିୟଙ୍କା ଶବର(ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଛି । କଲେଜ ପରିସରରେ ଅନୁଷ୍ଠିତ ଜାତୀୟ କ୍ରୀଡା ଦିବସର ପୁରସ୍କାର ବିତରଣି ଉତ୍ସବରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦିନବନ୍ଧୁ କର(ମୁଖ୍ୟ ବକ୍ତା), କ୍ରୀଡା ଅଧ୍ୟାପକ ଧନଞ୍ଜୟ ପଧାନ, ରାଜେଶ ମହାନ୍ତି ମଂଚାସୀନ ଥିଲେ । କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଦେବେନ୍ଦ୍ର ମେହେର ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

13 − 10 =

error: Content is protected !!