pakka

ବଲାଙ୍ଗିର ଜିଲ୍ଲାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିକ୍ରମା ସକାଶେ ଜିଲ୍ଲାକୁ ଆସିଥିବା ୨ ଗୋଟି ଅହିଂସା ରଥକୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସରଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଇରାସରଠାରେ ଅତିରିକ୍ତ ଜିଲ୍ଳାପାଳ ଲମ୍ବୋଧର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁଶାନ୍ତ କୁମାର ସିଂ, ଉପଜିଲ୍ଲାପାଳ କୁମାର ନାଗ ଭୁଷଣ, ବିଡିଓ ଯୁଧିଷ୍ଠିର ନାୟକ, ପଞ୍ଚାୟତିରାଜ ପ୍ରତିନିଧି, ଏସ୍‌ଏଚ୍‌ଜି ସଭ୍ୟା, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ମାନେ ରଥକୁ ସ୍ୱାଗତ ଜଣାଇଥିଲେ । ୨ ଗୋଟି ଅହିଂସା ରଥ ଜିଲ୍ଲାର ୨ ଗୋଟି ରୁଟ୍‌ ଦେଇ ପରିକ୍ରମା କରିଛି । ପ୍ରଥମ ଗୋଟିଏ ରଥ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ପିପି ଏକାଡେମୀରେ ପହଞ୍ଚିଥିଲା । ସେଠାରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସେଠାରେ ବୁଣାକାର ମାନଙ୍କୁ ଚରଖା ବଣ୍ଟନ କରାଯାଇଥିଲା । ପରେ ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟ ରଥଟି ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲା । ସେଠାରେ ପୌରାଧ୍ୟକ୍ଷା ଲିକା ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ସ୍ୱାଗତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ, ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ସମ୍ପର୍କରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ରଥ ଦୁଇଟି ବଲାଙ୍ଗିର ସହର ପରିକ୍ରମା କରିବା ସହ ପ୍ରଥମ ରଥଟି ଛତାମଖନା, ଲୋଇସିଂହାକୁ ଯାଇଥିଲା । ଲୋଇସିଂହା ମହାବିଦ୍ୟାଳୟଠାରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ, ବିଡିଓ ତଥା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ ତଥା ଜନ ସାଧାରଣଙ୍କ ତରଫରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ପ୍ରଥମ ରଥଟି ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ସାଲେଭଟା, ଡୁଡୁକା ଗ୍ରାମ, ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତ୍‌ ଏବଂ ଆଗଲପୁର ଯାଇଥିଲା । ସେଠାରେ ପଞ୍ଚାୟତିରାଜ ପ୍ରତିନିଧି, ସମ୍ପୃକ୍ତ ବିଡିଓ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ଦ୍ୱିତୀୟ ରଥଟି କୁରୁଲ ଉଚ୍ଚ ବିଦ୍ୟାଳୟ, କୁରୁଲ ଗ୍ରାମ, ଆଠଗାଁ ଗ୍ରାମ, ମହିମୁଣ୍ଡା ଗ୍ରାମ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ମହିମୁଣ୍ଡା, ରୁଷୁଡା ଗ୍ରାମ ତଥା, ରୁଷୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତୁଷୁରା ଏନ୍‌ଏସି ଅଞ୍ଚଳ ଓ ତୁଷୁରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିପୁର ଆଶ୍ରମ ବିଦ୍ୟାଳୟଠାରେ ପହଞ୍ଚିଥିଲା । ଏହି ସବୁ ସ୍ଥାନ ମାନଙ୍କରେ ଜନ ସାଧାରଣ, ପଞ୍ଚାୟତିରାଜ ପ୍ରତିନିଧି ଏସ୍‌ଏଚ୍‌ଜି ସଦସ୍ୟା, ମହିଳାମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମସ୍ତ ସ୍ଥାନ ଗୁଡିକରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ଏଲ୍‌ଇଡି ସ୍କ୍ରିନ ଜରିଆରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ନିର୍ମିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରୁଥିବା ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଅହିଂସା ରଥ ୨୯ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପରିକ୍ରମା କରିବ ଓ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ ୫ ଗୋଟି ୟୁଏଲ୍‌ବି ପରିକ୍ରମା କରିବ ।

jay balangir
Leave A Reply

Your email address will not be published.

four × one =

error: Content is protected !!