pakka

ଜିଲ୍ଲା ହକି ସଂଘର ଜାତୀୟ କ୍ରୀଡା ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଏବିଏସ୍‌ଏସ୍‌ କ୍ଲବ ସଭା ଗୃହରେ ବଲାଙ୍ଗିର ଜିଲ୍ଲା ହକି ସଂଘ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ତଥା ମେଜର ଧ୍ୟାନ ଚାନ୍ଦ ଜୟନ୍ତୀ ପାଳନ ହୋଇଯାଇଛି । ସଂଘର ସଂପାଦିକା ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍‌ ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କ ଆବାହକତ୍ୱ ତଥା କ୍ରୀଡା ସଂଗଠକ ଓ ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏ ସମାରୋହରେ ଅଧ୍ୟକ୍ଷତା କରିଥିଲେ ସଂଘ ସଭାପତି ବେଲାଲ ସେନ ଭୋଇ । ଅବସରପ୍ରାପ୍ତ (ପୋଲିସ) ଆରକ୍ଷୀ ଅଧିକ୍ଷକ ତଥା ପୂର୍ବତନ ହକି ଖେଳାଳି ସୁରେଶ ପରିଚ୍ଛା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓ ଦୀପ ପ୍ରଜ୍ୱଳନ ପୂର୍ବକ ଦିବସର ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍‌ ତଥା ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରମେୟର ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର, ସାମ୍ବାଦିକ ଗୋପବନ୍ଧୁ ଶତପଥି ଓ ଡ. ଗୋପାଳ ମିଶ୍ର ମଂଚାସୀନ ଥିଲେ । ସଂପ୍ରତି ଜାତୀୟ ଖେଳ ହକି ପ୍ରତି ଉତ୍ସାହ ସୃଷ୍ଟି କରି ଓ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ମାଧ୍ୟମରେ ଖେଳାଳି ଚୟନ କରି ଖେଳାଳିଙ୍କୁ ସରକାରୀ ପ୍ରୋତ୍ସାହନ ଦେବାର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ରଖିଥିଲେ । ସଭା ପ୍ରାରମ୍ଭରେ ସଂପାଦିକା ସୁଶ୍ରୀ ଦର୍ଜୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଘର ଅନ୍ୟତମ ସଦସ୍ୟ ରାମ ଶଙ୍କର ଶତପଥୀ ଏକ ଭାବଗର୍ଭକ ଜଣାଣ ଗାନ କରି ସମାରୋହର ମାନବର୍ଦ୍ଧନ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ତଥା ପୂର୍ବତନ ବିଧାୟକ ରମାକାନ୍ତ ସେଟ୍‌, ସୁଧାଂଶୁ ପାତ୍ର, ଗୋପବନ୍ଧୁ ରଥ, ରାଜ ପଳିଆ ତଥା ସହରର ବହୁ ବିଶିଷ୍ଟ ବ୍ୟକ୍ତି କ୍ରୀଡାବିତ୍‌ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ସୁକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

16 + twenty =

error: Content is protected !!