ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

  • ଜି -୨୦ ଶିକ୍ଷାମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ଯାଏଁ ବାଲିଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ
  • ୟୁଏଇ, ସାଉଦିଆରବ, ବ୍ରାଜିଲ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ରହିବେ
  • ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ଟୋରିଜିମ ଆଣ୍ଡ୍ବିଜନେସ ଅନୁଷ୍ଠାନ ପରିଦର୍ଶନ
  • ସୁଗ୍ରିବ ବିଶ୍ୱ ବିଦ୍ୟାଳୟରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ
  • ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୨୯ ତଥା ଆଜି ଠାରୁ ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ୪ ଦିନିଆ ଇଣ୍ଡୋନେସିଆର ବାଲି ଗସ୍ତରେ ଯାଉଛନ୍ତି । ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷାମନ୍ତ୍ରୀ ମାନଙ୍କ ବୈଠକରେ ଯୋଗ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରେ ବାଲିରେ ପହଞ୍ଚିବା ପରେ ପ୍ରଥମେ ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆସିଥିବା ବ୍ରାଜିଲର ପ୍ରତିନିଧି ମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ପରେ ବାଲିରେ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କ ସହ ସାକ୍ଷାତ୍ କରିବେ । ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋରିଜିମ ଆଣ୍ଡ୍ ବିଜନେସ ଅନୁଷ୍ଠାନକୁ ଯାଇ କୁଳପତିଙ୍କୁ ଭେଟିବେ । ସୁଗ୍ରିବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିବେ । ସେପ୍ଟେମ୍ବର ୧ରେ ଶ୍ରୀ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକରେ ଯୋଗଦେବେ । ଚଳିତବର୍ଷ ଏହି ବୈଠକର ବିଷୟବସ୍ତୁ ରହିଛି “ରିକୋଭର, ରିଇମାଜିନ୍ ଆଣ୍ଡ୍ ରିବିଲ୍ଡ ଷ୍ଟ୍ରଙ୍ଗର୍” । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ସିଙ୍ଗାପୁର, ୟୁଏଇ, ସାଉଦିଆରବ ସହ ପୃଥକ ପୃଥକ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ରହିବେ । ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ମଧ୍ୟ ପୃଥକ ବୈଠକରେ ସହ-ଅଧ୍ୟକ୍ଷତା କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି । ଉଲ୍ଲେଖନୀୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାଥୀରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବାଲି ଗସ୍ତ କରୁଛନ୍ତି ।

Leave A Reply

Your email address will not be published.

9 − 8 =