pakka

ରକ୍ତଦାନ କଲେ ଯୁବ କୁଲ୍‌ତା ସମାଜର ଦୁଇ ସଦସ୍ୟ

bbehera

ସଇଁତଲା, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସିଆଲଯୋର ଗ୍ରାମର ପଦ୍ମାଳୟା ସାନ୍ତା ଓ ରେଙ୍ଗାଲି ଗ୍ରାମର ଧରିତ୍ରୀ ପଧାନ ଉଭୟେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କୁ ଏ ପଜିଟିଭ୍‌ ଏବଂ ଏବି ପଜିଟିଭ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ଉଭୟେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବଲାଙ୍ଗିର ଜିଲ୍ଲା ଯୁବ କୁଲ୍‌ତା ସମାଜକୁ ଫୋନ୍‌ ମାଧ୍ୟମରେ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ବହଲି ଗ୍ରାମର ଯୁବରାଜ ପଧାନ ଓ ଉପରଝର ଗ୍ରାମର ଉତ୍ତମ ବିଶ୍ୱାଲ ଆସି ରକ୍ତଦାନ କରିଥିବା ଜିଲ୍ଲା ଯୁବ କୁଲ୍‌ତା ସମାଜ ସଭାପତି ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ରକ୍ତାଭାବ ସମୟରେ ରକ୍ତଦାନ କରୁଥିବାରୁ ବଲାଙ୍ଗିର ଜିଲ୍ଲା ଯୁବ କୁଲ୍‌ତା ସମାଜ ସଂଗଠନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି । ରକ୍ତଦାନ ସମୟରେ ପୁଇଁତଲା ବ୍ଲକ ସଦସ୍ୟ ଜିତେନ୍ଦ୍ର ବିଶ୍ୱାଲ, ଅନିରୁଦ୍ଧ ଖମାରି, ମିଲନ ପଧାନ, ରାଜ ପଧାନ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × 4 =

error: Content is protected !!