csstore

ଆଗଲପୁର ବକ୍‌ଟି ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବକ୍‌ଟି ପ୍ରାଥମିକ ବିଦ୍ୟାଳୟଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଲକ ପ୍ରାଥମିକ ସଂଘର ସଭାପତି ଦୁର୍ୟ୍ୟୋଧନ ପସାୟତ ସଭାପତିତ୍ୱ କରିଥିଲେ । ଏଥିରେ ଆଗଲପୁର ବ୍ଲକର ଏବିଇଓ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ସଂଘର ସଭାପତି ରତିନ୍ଦ୍ର ରାଏ, ସାଧାରଣ ସମ୍ପାଦକ ପ୍ରଦୀପ ଖମାରୀ, ଉପଦେଷ୍ଟା ପ୍ରଶାନ୍ତ ସାହୁ, ବାସୁଦେବ ମୁଗ୍ରୀ, ଅମର ସାହୁ ଯୋଗଦାନ କରିଥିଲେ । ବହୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସିଆର୍‌ସିସିଙ୍କ ଉପସ୍ଥିତିରେ ଏହି ଅଞ୍ଚଳର ବରିଷ୍ଠ ତଥା ଆଦର୍ଶ କୃତୀ ଶିକ୍ଷକ ପ୍ରକାଶ ଚନ୍ଦ୍ର କୁମ୍ଭାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶଙ୍ଖୁଆ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.