୪ର୍ଥ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • କାଲସାଏପାଲି ଫୁଟବଲ ଟିମ୍‌ ଚାମ୍ପିୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ବଜରଙ୍ଗ ବଲି ଏସୋସିଏସନ କୁଦେଇପାଲି ତରଫରୁ ଚତୁର୍ଥ ବର୍ଷ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପଞ୍ଚମ ଦିନର ଖେଳରେ କର୍ଲାମୁହାଣକୁ କାଲସାଏପାଲି ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଦ୍ୱିତୀୟ ମ୍ୟାଚ କୁରୁଲକୁ ଅମାମୁଣ୍ଡା ୧-୦ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ଫାଇନାଲରେ ଅମାମୁଣ୍ଡାକୁ କାଲସାଏପାଲି ଟ୍ରାଇବ୍ରେକରରେ ହରାଇ ବିଜୟୀ ହୋଇଛି । ଅମନ ନାଗ, ସଂଗ୍ରାମ ବହିଦାର, ସତ୍ୟବାନ ସାହୁ, ଭୁପେନ୍ଦ୍ର ସିଂ ଅତିଥି ଭାବରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଞ୍ଜୀବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତୀ, ସଜନ କୁଦେଇ, ଶ୍ରବନ ବାଗ ଖେଳକୁ ରେଫରି ଭାବରେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ । ଗଙ୍ଗାଜଳ କୁଦେଇ, ଭାଗିରଥି କୁଦେଇ, ଦୈଲତ କୁଦେଇ, ନିଲୁ କୁଦେଇ, ମଣ୍ଟୁ ବଗର୍ତ୍ତୀ, ପ୍ରଦୀପ କୁଦେଇଙ୍କ ତତ୍ୱାବଧାନରେ ଖେଳଟି ଅନୁଷ୍ଠିତ ହୋଇଥିଲା । ବୀର ବଜରଙ୍ଗ ବଲି କ୍ଲବ୍ ଓ କୁଦେଇପାଲି ଗ୍ରାମବାସୀ ବୃନ୍ଦ ସମସ୍ତେ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 − 7 =