ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ସିନାପାଲିଠାରେ ହେବାକୁଥିବା ଗାୟତ୍ରୀ ସଂସ୍କାର ମହୋତ୍ସବ ପାଇଁ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପରିଜନମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁୟାରୀ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ନାରୀ ସଶକ୍ତିକରଣ ଶ୍ରଦ୍ଧା ସମ୍ବର୍ଦ୍ଦନ ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବକୁ ସଫଳ କରିବା ପାଇଁ ଆଲୋଚନା କରାଯାଇ ଜିଲ୍ଲାରେ ଥିବା ପରିଜନମାନେ ଆର୍ଥିକ ଓ ଶାରୀରିକ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶାନ୍ତି କୁଞ୍ଜ ହରିଦ୍ଵାର ବିଶ୍ଵ ଗାୟତ୍ରୀ ପରିବାର ତତ୍ତ୍ଵାବଧାନରେ ୧୯ ଜାନୁୟାରୀ ୨୦୨୩ରୁ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଅନୁଷ୍ଠିତ ହେବାକୁଥିବା ବିରାଟ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ନୂଆପଡ଼ା ଉପ ଜୋନ୍ ସଂଯୋଜକ କେତନ ସିଂ ବାରିକ, ସିନାପାଲି ମହୋତ୍ସବ କମିଟିର ସଭାପତି ତରୁଣ କୁମାର ମେହେର, ଯଜ୍ଞ କମିଟିର ସହସମ୍ପାଦକ ଶୈଳେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଲୋଚନାରେ ବରିଷ୍ଠ ପରିଜନ ଶେଷଦେବ ପଣ୍ଡା, ଶାନ୍ତନୁ ପାତ୍ର, ଟଙ୍କଧର କୁମ୍ଭାର, ସତ୍ୟନାରାୟଣ ଗୁପ୍ତା, ସତ୍ୟନାରାୟଣ ମିଶ୍ର, ମୀନକେତନ ମେହେର, ଜୟ ରାଜ ସାହୁ, ସରୋଜ କୁମାର ଦୋରା, କାଳିପ୍ରସାଦ ମିଶ୍ର, ରାଧାରମଣ କେଡ଼ିଆ, ମହିଳା ମଣ୍ଡଳର ନର୍ମଦା ପାତ୍ର, ସଂଯୁକ୍ତା ମିଶ୍ର, ନାରୀ ଜାଗରଣ ସମ୍ପାଦିକା ବୀଣା ପାଣି ଆଚାର୍ଯ୍ୟ, ତ୍ରିପୁରା ସିଂ ଓ ଅନ୍ୟାନ୍ୟ ପରିଜନ ଏବଂ ମହିଳା ମଣ୍ଡଳ ସଦସ୍ୟାମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

eighteen − six =