ବଲାଙ୍ଗିର ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଜିଲ୍ଲା ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପରିଷଦ ବୈଠକରେ ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ପୁରାତନ କମିଟିର ଉପସଭାପତି ଗୋପବନ୍ଧୁ ପୁରୋହିତ, ପଣ୍ଡିତ ଡ. ଜୟକୃଷ୍ଣ ଦେବଦାସ ଶର୍ମା, ସତ୍ୟବନ୍ତ ବେଦବାକ୍, ସମ୍ପାଦକ ରଘୁନାଥ ମିଶ୍ର ମଞ୍ଚାସୀନ ଥିଲେ । ନୂତନ କମିଟିରେ ଧନଞ୍ଜୟ ମିଶ୍ର ସଭାପତି, ଗୋପବନ୍ଧୁ ପୁରୋହିତ ଉପସଭାପତି, ସମ୍ପାଦକ ଅଧିବକ୍ତା ଜୟରାମ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ପର୍ଶୁରାମ ନାୟକ ନିର୍ବାଚିତ ହୋଇଛନ୍ତି । ପର୍ଶୁରାମ ବାହିନୀର ମଦନମୋହନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶକ୍ତି ବାହିନୀର କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓ କାର୍ଯ୍ୟକର୍ତ୍ତା ପରେ ଚୟନ କରିବାକୁ ନୂତନ କମିଟିକୁ ଦାୟିତ୍ଵ ଦିଆଯାଇଛି । ବୈଠକରେ ନୂତନ ସମ୍ବିଧାନ ସଂଶୋଧନ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ସଭ୍ୟ ଓ ଶକ୍ତି ବାହିନୀ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × two =