ଜାତୀୟ ଅଙ୍ଗଦାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ‘ମୃତ୍ୟୁ ପରେ ଶରୀରର ଅଙ୍ଗଦାନ ଦ୍ୱାରା ପୀଡିତମାନଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତୁ’ ଜାତୀୟ ଅଙ୍ଗଦାନ ଦିବସର ଏହି ବାର୍ତ୍ତାକୁ ଇନର ହୁଇଲ୍ କ୍ଲବ ଓ ରୋଟାରି କ୍ଲବ ରାଉରକେଲା ରିଭରସାଇଡ ଜନସାଧାରଣରେ ପ୍ରସାର ନିମିତ୍ତ ଏକ ବିଶାଳ ରାଲିର ଆୟୋଜନ କରିଥିଲା। ସର୍ବ ଭାରତୀୟ ସ୍ତରରେ ଇନର ହୁଇଲ୍‌ କ୍ଲବ ତରଫରୁ ଏପରି ରାଲି ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପ୍ରକାର ଅଙ୍ଗଦାନ ବାର୍ତ୍ତାରେ ସଜ୍ଜିତ ବହୁ ସଂଖ୍ୟକ କାର୍ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଇନର ହୁଇଲ୍‌ କ୍ଲବର ସଦସ୍ୟା ରିମ୍ସର ଅଧ୍ୟକ୍ଷା ନଳୀନିପ୍ରଭା ପଟ୍ଟନାୟକ ରାଲିର ଉଦ୍‌ଘାଟନ କରିଥିବା ବେଳେ ସଭାପତି ଡ. ମିନତୀ ପଣ୍ଡା, ସଚିବ ଅଜିତା ମହାନ୍ତିଙ୍କ ସହ ପ୍ରାକ୍ତନ ସଭାପତି ପ୍ରତିମା ମହାପାତ୍ର, ଅମୃତା ତ୍ରିପାଠୀ, ପ୍ରମିଳା ମିଶ୍ର, ମମତା ପାଠୀ, ପ୍ରଜ୍ଞା ତ୍ରିପାଠୀ, ଡ. ସୁଧାରାଣୀ ପ୍ରଧାନ, କାବେରୀ ବାନାର୍ଜୀ, ମହିମା ମହାପାତ୍ର, ଆରତୀ ପଣ୍ଡା, ଅଞ୍ଜଳି ହୋତା, ସିମରାନଜିତ ଶେଖୋଁ, ଅନୀତା ନାୟକ, ଅଂଶିକା ଶେଖୋଁ, ମୋନାଲିସା ପ୍ରଧାନ ଅଭିଯାନ କାର୍ଯ୍ୟକ୍ରମରେ ଛେଣ୍ଡ ସ୍ଥିତ ବିଜୁପଟ୍ଟନାୟକ ଛକ ଠାରୁ ଗୋପବନ୍ଧୁ ପାଠାଗାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ରୋଟାରି କ୍ଲବ ରାଉରକେଲା ରିଭରସାଇଡର ସଭାପତି ସିଦ୍ଧିନାଥ ଜ୍ୟୋତିଷୀ ଓ ସଚିବ ଭଗବାନ ପାଢୀଙ୍କ ସହିତ ଡ. ପିସି ମହାପାତ୍ର, ଗଣେଶ୍ୱର ପଟ୍ଟନାୟକ, ସନ୍ତୋଷ ମିଶ୍ର, ପ୍ରଶାନ୍ତ ପାତ୍ର, ମଧୁସୂଦନ ମହାନ୍ତି, ଅଜିତ ପୁଜାରୀ, ସୁଖବିନ୍ଦର ଶେଖୋଁ, ଉଦିତ ସାହୁ, ଡ. ପି କେ ମହାନ୍ତି, ପରମେଶ୍ଵର ପ୍ରଧାନ, ବସନ୍ତ ତନ୍ତୀ, ଆଦିତ୍ୟ ମହାପାତ୍ର, ଗୁରୁଚରଣ ପଟ୍ଟନାୟକ, ନିର୍ମଳ ଆଚାର୍ଯ୍ୟ, ବସନ୍ତ ପଣ୍ଡା, ନିରଞ୍ଜନ ସେନାପତି, ଆଦିତ୍ୟ ପାଢୀ ଓ ଗିରିଜା ଗୋସ୍ୱାମୀଙ୍କ ସହ ଗୋପବନ୍ଧୁ ପାଠାଗାର ସଦସ୍ୟମାନେ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀ ଓ ହାଇଟେକ ମେଡିକାଲ କଲେଜର ଡ. ଚିନ୍ମୟ ଓ ୧୫ ଜଣ ଡାକ୍ତରୀ ଛାତ୍ର ଯୋଗ ଦେଇ ଅଭିଯାନକୁ ଆହୁରି ସୁନ୍ଦର ଓ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ. ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 × five =