csstore

ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ ଦୀର୍ଘ ୯ ଦିନ ଧରି ଚାଲିବା ପରେ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଉଦ୍‌ଯାପିତ ହୋଇଯାଇଛି । ଶେଷରେ ସମସ୍ତ ଭକ୍ତ ସାମୁହିକ ଦୀପ ଜାଳି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଆରତୀ ବନ୍ଦନା କରିଥିଲେ । ସୂଚନା ଯୋଗ୍ୟ ଯେ, କଥାବ୍ୟାସ ପଣ୍ଡିତ ଶ୍ରୀଧର ଦାସ ଏବଂ ମମତା ପଟ୍ଟନାୟକ ତଥା ଦିବ୍ୟଜୀବନ ସଂଘର ସ୍ୱାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ, ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ, ବ୍ରହ୍ମଚାରିଣୀ ସୁଷମା ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ରାମ ଚରିତ ମାନସ ଉପରେ ପ୍ରବଚନ, ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ ।

jayashree
Leave A Reply

Your email address will not be published.