
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ସାତଦିନ ଧରି ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇ ଆସିଥିବା ଯଜ୍ଞ-ଉତ୍ସବ ଗତ ୨୫ ତାରିଖରେ ଉଦଯାପିତ ହୋଇଯାଇଛି । ଚିକଲଖଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ପ୍ରାସାଦ, ସିଂହଦ୍ୱାର, ମୁଖ୍ୟ ପ୍ରବେଶଦ୍ୱାରରେ କାଳୀମୁଖୀ, ପାର୍ଶ୍ୱ-ଦେବାଦେବୀଙ୍କ ବିଗ୍ରହ, କାଳୀ ମନ୍ଦିରର ବିଜେ ପ୍ରତିମା, ବିବିଧ ନିର୍ମାଣ ଶୈଳୀର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଯଜ୍ଞ ଉତ୍ସବ ଖୁବ୍ ନିଆରା ଭାବେ ଉତ୍ସବମୁଖର ହୋଇଉଠିଥିଲା । ମନ୍ଦିରର ପାର୍ଶ୍ୱବେଢ଼ାରେ ନିର୍ମିତ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ, ଦେବତା ଅଧିବାସ ସାଂଗକୁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋ-ଯଜ୍ଞ ଆଦି ବିଦ୍ଧିବଦ୍ଧ ଭାବେ ସମ୍ପନ୍ନ ହୋଇଛି । ଦୈନିକ ସନ୍ଧ୍ୟା ସମୟରେ କଥା ବାଚକଙ୍କ ଦ୍ଵାରା ଜ୍ଞାନଯଜ୍ଞର ଅୟୋଜନରେ ଶାସ୍ତ୍ରଜ୍ଞାନ ସଙ୍ଗୀତ ପରିବେଷଣ ଆଦି ଭକ୍ତଜନ ଆହୋରଣ କରି ଧନ୍ୟମଣି ହୋଇଛନ୍ତି । ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଆରମ୍ଭ ହୋଇ ଥିବା ଏହି ସପ୍ତାହନ୍ତ ଯଜ୍ଞାନୁଷ୍ଠାନରେ ମହନ୍ତମହାରାଜ ଶ୍ରୀପାଦ ଧନଞ୍ଜୟ ବ୍ରହ୍ମଚର୍ଯ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଚାରକ ପଣ୍ଡିତ ମନୋଜ କୁମାର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ସନ୍ଥ, ପୁରୋହିତ ପଣ୍ତିତଗଣ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଦୈନିକ ପ୍ରାୟ ଦଶ-ଶହସ୍ରାଧିକ ସଂଖ୍ୟାରେ ଭକ୍ତଙ୍କ ଗହଳି ତଥା ଜନସମାଗମ ହୋଇ ଆସୁଥିଲା । ସାତଦିନ ଧରି ସ୍ଥାନଟି ଖୁବ୍ ଉଚ୍ଛୁଳି ପଡୁଥିଲା । ଅଗଣିତ ଭକ୍ତଜନ ଦେବାଦେବୀଙ୍କୁ ଦର୍ଶନ କରି ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିବା ସାଂଗକୁ ଯଜ୍ଞାନୁଷ୍ଠାନରେ ଆର୍ଶିବଚନ ଲାଭ କରିବା ସାଂଗକୁ ବିଭୂ କୃପାଲାଭ କରିଥିଲେ । ଯଜ୍ଞ-ଉତ୍ସବ ଖୁବ୍ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଥିଲା । ଶେଷରେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ମନୋରଞ୍ଜନ ନିମନ୍ତେ ଦୁଇ ଯାତ୍ରା ମଞ୍ଚରେ ରାମାୟଣ ଥିଏଟର୍ ପରିବେଷଣ ହୋଇଥିଲା । ଦୁଇ ମଞ୍ଚରେ ଅଭିନୟ ପ୍ରଦର୍ଶନ କରିଥିବା ବହୁ କଳାକାରଙ୍କୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷିତ କରିଥିଲା । ଏହି ଦୁଇ ଯାତ୍ରା ମଞ୍ଚରେ ପ୍ରତିଯୋଗୀତା ମୂଳକ ଅଭିନୟ ପ୍ରଦର୍ଶନରେ ଲୋକେ ମନଭରି ଉପଭୋଗ କରିଥିଲେ । ମହାମଞ୍ଚରେ ଅଭିନୟ କରିଥିବା ଯାତ୍ରା କଳାକାର କଣ୍ଠଶିଳ୍ପୀ ନୃତ୍ୟଶିଳ୍ପୀ ଅଭିନେତାଗଣ ଖୁବ୍ ପ୍ରଶଂସିତ ହୋଇଥିଲେ । ଏହି ଦୁଇ ଦିନିଆ ଯାତ୍ରାରେ ଉପସ୍ଥିତ ପ୍ରାୟ ୨୦ ହଜାର ଜନତାଙ୍କୁ ବିମୋହିତ କରିଥିଲା
