jsm

ନବମ ଲୋକକଳା ଉତ୍ସବ ଉଦଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବମ ଲୋକକଳା ଉତ୍ସବ ଉଦଯାପିତ । ମନମୋହିନେଲା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଦୁଲ୍‌ଦୁଲି କଳା ପରିଷଦର ସଭାପତି ଅନନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବରେ ଯୁବ ଉଦ୍ୟୋଗୀ ସଂଜୀବ ରଥ, ମୁଖ୍ୟ ପୃଷ୍ଠପୋଷକ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ଆବାହକ ଶତ୍ରୁଘନ ପାଣିଗ୍ରାହୀ, ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବର ଉଦଯାପନୀ ଦିନରେ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୂଜା ଅର୍ଚନା କରି ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳାର ଅନନ୍ୟ ଶିଳ୍ପୀ ଓଡ଼ିଶାର ସଂଗୀତ ଜଗତର ପାୱାର ଷ୍ଟାର ଉମାକାନ୍ତ ବାରିକ ଓ ନୃତ୍ୟ ଶିଳ୍ପୀ ଦୀପାଳି ଚୌଧୁରୀଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ ଅତିଥି ମାନେ । ସନ୍ଧ୍ୟାରେ ଆକାଶବାଣୀ ଓ ଦୂରଦର୍ଶନ କଳାକାରମାନେ ଲୋକ ସଂଗୀତ ପରିବେଷଣ କରିଥିଲେ । ପରେପରେ ସାରା ଓଡିଶାର ତଥା ଦେଶର ବଛା ବଛା କଳାକାର ୩୦୦ ଜଣ ପାରିବେଆଁ କରିଥିଲେ ଏକ ଭାରତ ଶ୍ରେଷ୍ଠ ଭାରତ । ଗୁରୁ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶନାରେ ମହେଶ ପଟେଲ, ମନୋଜ ପଟେଲ, ସ୍ୱରୂପା ସିଂ ଓ ପିନୁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

yuvodaya
Leave A Reply

Your email address will not be published.