
ଟିଟିଲାଗଡ, (ସଞ୍ଜୟ ନାୟକ) : ବର୍ଷ ବର୍ଷ ଧରି ସୂର୍ଯ୍ୟ ଦେବତାଙ୍କ ପ୍ରଥମ ପ୍ରେମ ଭାବେ ଟିଟିଲାଗଡ ସହର ନିଜର ସ୍ଥାନ ଅକ୍ତିଆର କରିଆସୁଛି । ଚଳିତ ବର୍ଷ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଏଥର ସରକାରୀ ଭାବେ ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ମୋବାଇଲ ଫୋନରେ ତାପମାତ୍ରା ୪୭/୪୮ ଦେଖାଯାଉଛି । ଯାହା ହେଲେ ବି ଟିଟିଲାଗଡ ସହର ନିଜର ତତଲାଗଡ ରୂପୀ ପରିଚୟ ଏବେ ବି ଦବଦବା ରହିଛି । ଚଳିତ ବର୍ଷ ସକାଳର ପ୍ରଥମ ସୂର୍ଯ୍ୟ କିରଣ ପଡ଼ିବା ଦିନକୁ ଦିନ ବଢୁଥିବା ତାପମାତ୍ରା ଏବେ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷାନୁବର୍ଷ “ତତଲାଗଡ” ଭାବେ ପରିଚିତ ଏହି ସହରରେ ଚଳିତ ବର୍ଷ ମଧ୍ୟ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୂପ ଦେଖିବାକୁ ମିଳିଛି । ସରକାରୀ ଭାବେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ, ମୋବାଇଲ ଫୋନରେ ୪୭ରୁ ୪୮ ଡିଗ୍ରୀ ପର୍ଯ୍ୟନ୍ତ ଦେଖାଉଛି । ସକାଳେ ସୂର୍ଯ୍ୟ କିରଣ ପଡିବା ମାତ୍ରେ ଗରମର ତୀବ୍ରତା ଅନୁଭବ ହେଉଛି । ପ୍ରଭାତ ଭ୍ରମଣକାରୀମାନେ ସକାଳ ସାଢେ ଛଅଟା ପରେ ରାସ୍ତାରେ ଦେଖାଯାଉନାହାନ୍ତି । ସକାଳ ସାତଟାରୁ ହିଁ ଗୁଳୁଗୁଳି ଓ ତାତି ଲୋକଙ୍କୁ ଅସହ୍ୟ କରୁଛି । ରାସ୍ତାରେ ବହୁଥିବା ଗରମ ପବନ ନିଆଁର ଝାସ ଭଳି ଲାଗୁଥିବା ବେଳେ, ଘର ଛାତଉପର ଟାଙ୍କିର ପାଣି ମଧ୍ୟ ଫୁଟନ୍ତା ପାଣି ଭଳି ଗରମ ହୋଇଯାଉଛି । ସନ୍ଧ୍ୟା ଓ ରାତିରେ ମଧ୍ୟ ଗରମ କମୁନଥିବାରୁ ଲୋକେ ଘରେ ରହିବାକୁ ମଧ୍ୟ କଷ୍ଟଭୋଗ କରୁଛନ୍ତି । ଫ୍ୟାନ, କୁଲର କିମ୍ବା ଏସି ମଧ୍ୟ ଆଶାନୁରୂପ ସହାୟତା କରୁନାହିଁ । ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଲୋକଙ୍କ ଅବସ୍ଥା ତ ଅଧିକ କଷ୍ଟଦାୟକ । ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ବର୍ଷା ହିଁ ଏହି ତୀବ୍ର ଗରମରୁ ମୁକ୍ତିର ଏକମାତ୍ର ଉପାୟ ।