jayashree

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସ୍ଵର୍ଗତ ଆୟୁବ ଖାନଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଜୁ ଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସ୍ଵର୍ଗୀୟ ଆୟୁବ ଖାନଙ୍କର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ସିନ୍ଧେକେଲା ମା’ ଦୁଆରସିନି ମନ୍ଦିର ଠାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅମର ଆତ୍ମାର ଶାନ୍ତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସଭା ଆରମ୍ଭ କରାଯାଇଥିଲା । ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସ୍ଵର୍ଗୀୟ ଆୟୁବ ଖାନଙ୍କ ଅବଦାନକୁ ଭୂରି ଭୂରି ପ୍ରସଂଶା କରିଥିଲେ । ତାଙ୍କ ଦ୍ଵାରା ଅଞ୍ଚଳରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଅଞ୍ଚଳବାସୀଙ୍କ ହୃଦୟରେ ସବୁବେଳେ ଅବିସ୍ମରଣୀୟ ହୋଇରହିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସ୍ଵର୍ଗୀୟ ଆୟୁବ ଖାନଙ୍କ ସୁପୁତ୍ର ଡାଃ ଅମଜଦ ଖାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଜିଲ୍ଲା ସମ୍ପାଦକ ସୁବାଷ ଜୈନ, ସିନ୍ଧେକେଲା ସରପଞ୍ଚ ନରେଶ ଜୈନ, ଦେଢ଼ଗାଁ ସରପଞ୍ଚ ଯୋଷିଏଲ ସେନାପତି ଯୁବ ବ୍ଲକ ସଭାପତି ଭକ୍ତବନ୍ଧୁ ବେହେରା, ପବିତ୍ର ରଣା ମୁକେଶ ଭୋଇ, ଅନଦ ରଣା, ନୂତନ ସାହୁ , ଚିଙ୍ଗୁ ଜୈନ, ଡିସ୍କୋ ଜୈନ, ଦିଲୀପ ସାହୁ, ଚନ୍ଦ୍ରର କୌର, ରଘୁ ରଣା, ପ୍ରଦୀପ ପୁଟେଲ, ସିଶୋ ପୁଟେଲ୍, ସଞ୍ଜୟ ବାଗ, ମାନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.