mahavir

ମାକ୍ରିପଡ଼ା ଗ୍ରାମରେ ଅନୁଷ୍ଠିତ ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ରବିବାର କଳସଯାତ୍ରା ଓ ଅଧିବାସ, ସୋମବାର, ମଙ୍ଗଳବାର ଓ ବୁଧବାର ନାମଯଜ୍ଞ ତଥା ଗୁରୁବାର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା । ଏହି ନାମଯଜ୍ଞରେ କର୍ତ୍ତା ରୂପେ ସତ୍ୟ ନାଗ ଓ ତାଙ୍କ ପତ୍ନୀ ସତ୍ୟଭାମା ନାଗ, ପୂଜକ ରୂପେ କଳାକାହ୍ନୁ ମିଶ୍ର, ଷଡ଼ବୈଷ୍ଣବ ରୂପେ ଥବିର ଜୁଗ୍ନିଆ, ବୁଜରାଜ୍ ଭୋଇ, ଚନ ରତେଇ, ରବୀନ୍ଦ୍ର ରଣା ଓ ରାଇଚନ୍ ଜୁଗ୍ନିଆ ନିର୍ବାହ କରିଥିଲେ । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ବଛାବଛା ସଂକିର୍ତ୍ତନ୍ୟ ଦଳ ହରିନାମ ପରିବେଷଣ କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟକ ରାଧାକୃଷ୍ଣ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ଓ ଆହାର ନିମନ୍ତେ ଆନନ୍ଦ ବଜାର ର ଆୟୋଜନ କରି ସମସ୍ତଙ୍କର ସମ୍ମାନ ସହିତ ସେବା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲୁଲାରାମ କ୍ଲିକ୍ ଓ ଭିଡିଓ ଗ୍ରାଫି ଦ୍ୱାରା ଫଟୋ ଓ ଭିଡ଼ିଓ ରେକର୍ଡ କରାଯାଇଥିଲା । ଆୟୋଜକ କମିଟିର ସଦାନନ୍ଦ ବନଛୋର, ସନ୍ତ ଛତର, ସାଧୁ ଛତର, କୈଳାଶ ରଣା, ଦୁଷ୍ମନ୍ତ ନାଗ, କେଶର ରଣା, ସିମାନ ଗୌଡ଼, ସମ୍ଭୁ ବଗର୍ତ୍ତି, ବିଘ୍ନ ଭୋଇ, ଡମ୍ବରୁ ଭୋଇ, ଉଦ୍ଧବ ଭୋଇ, ପଦ ରଣା, ଡିଙ୍ଗର ଛତର, ମୁନିରାମ ରଣା, ସହ ଭଦେବ ଭୋଇ, ଚୌଧୁରୀ ଛତର, ଶେଖର ରଣା, ପାରେଶ୍ୱର ଛତର, ରବି ନାଗ, ଅଜିତ ନାଗ, ଜବନ୍ତ ନାଗ, ଘୁଂସା ଛତରଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପବିତ୍ର ଅଖଣ୍ଡ ନାମଯଜ୍ଞରେ ଉପସ୍ଥିତ ହୋଇ ପ୍ରଭୁଙ୍କ ରସାମୃତ ପାନ କରିବାକୁ ପ୍ରବଳ ଜନ ସମୁଦ୍ର ପାଲଟି ପୁରା ଅଞ୍ଚଳ ରାମରାଜ୍ୟର ରୂପ ନେଇଥିଲା ।

Leave A Reply

Your email address will not be published.