csstore

ସନ୍ଧିବାହାଲି ଜୟ ବଜରଙ୍ଗବାଲି କ୍ରିକେଟ ପ୍ରତିଯୋଗିତା ଉଦଯାପିତ : କେନକେବା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା ପଞ୍ଚାୟତ ସନ୍ଧିବାହାଲି ଗ୍ରାମର ଜୟ ବଜରଙ୍ଗବାଲୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗୁଡିଘାଟ ଦଳ ଓ କେନକେବା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କେନକେବା ଦଳ ୧୪ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ମ୍ୟାନ ଅଫ ଦି ମ୍ୟାଚ ରୂପେ କେନକେବା ଦଳର କାର୍ତ୍ତିକ ଓ ମ୍ୟାନ ଅଫ ଦି ସିରିଜ ରୂପେ କେନକେବା ଦଳର ଟୁଲୁ ଟ୍ରଫି ଗ୍ରହଣ କରିଥିଲେ । ଉଦଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ବାନ୍ଦୁପଲା ଗ୍ରାମ ପଂଚାୟତର ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ମୁରିବାହାଲ ମଣ୍ଡଳ ବିଜେପି ସଭାପତି ରାମୁ କୁମ୍ଭାର, ପରମେଶ୍ୱର ମେହେର, ରଘୁ ଭାଟି, ମାଧବ ଭୋଇ, ପ୍ରସନ୍ନ ଭୋଇ, ଭୋଜରାଜ ଭୋଇ, କିଶୋର ଭୋଇ, ଜିତେନ୍ଦ୍ର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିମାନେ ବିଜୟୀ ଦଳକୁ ଟ୍ରଫି ସହ ୧୦,୦୦୦ ଅର୍ଥ ରାଶି ଏବଂ ପରାଜିତ ଦଳକୁ ଟ୍ରଫି ସହ ୬,୦୦୦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ । ଅମ୍ପାୟାର ଭାବେ ବୁଲୁ ଭୋଇ ଓ ମନୋଜ ଭୋଇ ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋର ବୋର୍ଡ଼ ଦାୟିତ୍ୱରେ ହେମନ୍ତ ଭୋଇ ଓ ଧାରା ବିବରଣୀ ଦେବ ସୁନାନୀ ପ୍ରଦାନ କରିଥିଲେ । ଆୟୋଜକ ବଜରଙ୍ଗବାଲୀ କ୍ରିକେଟ କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.