jsm

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଉଦ୍‌ଯାପିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ପୁରିଜିଲ୍ଲା ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ବଣିବକ୍ରେଶ୍ୱର ଦେବ ପବିତ୍ର ପୀଠ ସ୍ଥଳୀରେ ସୋମବାର ସନ୍ଧ୍ୟାରେ ବିଶ୍ୱଶାନ୍ତି ମହାଯଜ୍ଞ ପୁର୍ନ୍ନାହୁତି ସମାପିତ ହୋଇଯାଇଛି । ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣିବକ୍ରେଶ୍ୱର ଦେବଙ୍କ ପବିତ୍ର ଶୈବପୀଠରେ ପାଞ୍ଚଦିନ ବ୍ୟାପି ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଏବଂ ମନ୍ଦିର ସଂଲଗ୍ନ ଅଧିଷ୍ଠାତ୍ରୀ ଦେବୀ ମାଁ ବାଘେଇ ଠାକୁରାଣୀଙ୍କ ଜନ୍ମ ବାର୍ଷିକ ଉତ୍ସବ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ଅନୁଷ୍ଟିତ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ଯଜ୍ଞ ପୂର୍ଣ୍ଣାହୁତି କର୍ମ ସମ୍ପର୍ଣ୍ଣ ହୋଇଛି । ଯଜ୍ଞର ମୁଖ୍ୟ ପୁରୋଧା ଦୟାନିଧି ମିଶ୍ର ଓ ସହଯୋଗୀ ବୃନ୍ଦଙ୍କ ଦ୍ୱାରା ଯଜ୍ଞ ନୀତିକାନ୍ତି ସହ ମନ୍ତ୍ର ଧ୍ଵନି ଓ ନଦିଆ ସଂର୍କିତ୍ତନରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ସୁସଜ୍ଜିତତୋରଣ ସାଙ୍ଗକୁ ପ୍ରତ୍ୟେହ ସନ୍ଧ୍ୟାରେ ନାମ ସଂର୍କିତ୍ତନ ରାମଲିଳା, ପାଲା ଓ ପ୍ରବଚନ ଅନୁଷ୍ଟିତ ହୋଇଥିଲା । ବଣୀବକ୍ରେଶ୍ଵର ଯଜ୍ଞ କମିଟି ଓଗେର କୁଆପାଦ ଗ୍ରାମବାସୀ ପକ୍ଷରୁ ଏହାର ସୁପରିଚାଳନା ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା ।

yuvodaya
Leave A Reply

Your email address will not be published.