csstore

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ : ଯୋଗଦେଲେ ଆଇଜି ହିମାଂଶୁ ଲାଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ପିପଲପଦର ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୋଲିସ ଆଇଜି ହିମାଂଶୁ ଲାଲ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ପ୍ରଭାବତୀ ପବ୍ଲିକ ସ୍କୁଲ ଚେୟାରମେନ ସୁଶିଲ ସରାଫ, ଅଧ୍ୟକ୍ଷା ଡ. ସୁନନ୍ଦା ଜତି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ ସ୍କୁଲର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କ୍ଲାସ ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଦ୍ଵାରା ‘ମେରା ଦେଶ ମେରା ମିଟ୍ଟି’ ଥିମ ଅନୁଯାୟୀ ଦେଶଭକ୍ତି ଗୀତର ତାଳେ ତାଳେ ଦେଶର ଜବାନ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଯାହାକି ଆସିଥିବା ଅଭିଭାବକ ତଥା ଅତିଥିଙ୍କ ମନ ମୋହି ନେଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ହିମାଂଶୁ ଲାଲ ଶିକ୍ଷା ଗ୍ରହଣ କରିବା ସହ କିପରି ଏକ ଚିତ୍ତ ମନରେ ନିଜର ଲକ୍ଷ୍ୟ ହାସଲ କରିବା ସମ୍ଭବ ହୁଏ ତାହା ଆଜିର ଯୁଗରେ କ୍ରିକେଟର ବିନୋଦ କାମ୍ବଲି ଓ ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଦୁଇ ଦିବସୀୟ ବାର୍ଷିକ ଉତ୍ସବକୁ ସଫଳ ରୂପାୟନ କରିବାରେ ସ୍କୁଲର ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଏଡ୍‌ମିସନ୍‌ ଏଡ୍‌ମିନ୍‌ ଧରିତ୍ରୀ ମହାନ୍ତି, ପିଟି ସାର ଦଳବେହେରା ବାବୁ, ଲବ ସୁନାନି, ଶିକ୍ଷକ ତୁଷାର ଦାସ, ବନମାଳୀ ପଣ୍ଡା, ଚାନ୍ଦ ସାର, ନୃତ୍ୟ ଗୁରୁ ଟୁଲୁ ସାର, ଏକାଡେମୀକ ଡାଇରେକ୍ଟର, କୋର୍ଡିନେଟର ପ୍ରମୋଦ ପାଲଙ୍କ ସହ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.