csstore

ଉପଖଣ୍ଡ ସ୍ତରୀୟ ୩ ଦିନିଆ ଗୋପାଳନ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଏଫ.ଆଇଏ.ସି. ହଲ୍‌ ପରିସରରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେରେ ୩ ଦିନିଆ ମଧ୍ୟମ ଔଦ୍ୟାଗିକ ଗୋପାଳନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ସଇଁତଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍‌ଯାପନୀ ଉତ୍ସବରେ ଟିଟିଲାଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭେନ୍ଦୁ ସୁଧା ଷଡ଼ଙ୍ଗୀ ଓ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ରାକେଶ କୁମାର ବେଦବାଗ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ସମ୍ପର୍କୀତ ଜ୍ଞାନ, କୌଶଳ ଆହରଣ କରିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଲାଭ ଉପରେ ଆଲୋକପାତ ଗୋପାଳକ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖା ବୁଝାଇଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅନିରୁଦ୍ଧ ବିଶ୍ୱାଲ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଡା. ବବିତା ପାତ୍ର, ଡା. ମୁକେଶ କୁମାର ଶବର, ଡା. ସ୍ୱରମ୍ୟା ପଣ୍ଡା, ଡା. ଭୋଗିନ୍ଦ୍ରନାଥ ମେହେର, କିରଣ ପାଣିଗ୍ରାହୀ, ସଂଗୀତା ପ୍ରଧାନଙ୍କ ସମେତ ମୁରିବାହାଲ, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଓ ସଇଁତଲା ବ୍ଲକର ମଧ୍ୟମ ଗୋପାଳକ ଚାଷୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.