csstore

କେଉଁଟିପାଲି ଓ ଏମ୍ ଶ୍ରୀଗିଡାରେ ଧାନମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗୀଡା ପ୍ରାଥମିକ ସମବାୟ ସମିତିର ଚଳିତ ବର୍ଷ ଖରିଫ ଫସଲ ବିକ୍ରି ପାଇଁ କେଉଁଟିପାଲି ମାର୍କେଟ ୟାର୍ଡ ଓ ଏମ ଶ୍ରୀଗୀଡା ମାର୍କେଟ ୟାର୍ଡ଼ରେ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି । କେଉଁଟିପାଲୀ ମାର୍କେଟ ୟାର୍ଡ ଉଉ୍‌ଘାଟନୀ ଉତ୍ସବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ତହସିଲଦାର କର୍ଣ୍ଣ ଲୁହା, ଏଡିସିନାଲ ତହସିଲଦାର ଜ୍ୟୋତି ପ୍ରକାଶ ଭୋଇ, ନୋଡାଲ ଅଫିସର ପରମାନନ୍ଦ ସାହୁ, ଏମ ଶ୍ରୀଗିଡା ସମ୍ପାଦକ ନିର୍ମଳ କୁମାର ଜେନା, ଆଶିଷ ପଧାନ, ମହେଶ ଦେବତା, ସୁଶାନ୍ତ ଗଡ଼ତିଆ, ବିଜେପୁର ସମବାୟ ସମିତିର ସମ୍ପାଦକ ହୃଷିକେଶ ପୋଢ଼, ଜଗମୋହନ ସିଠ, ଆର୍‌ଏମ୍‌ସି ଇନଚାର୍ଜ ମୁରଲୀ ସାହୁ, ସୁଜ୍ଞାନ ମିଶ୍ର, ଅରୂପା ପଧାନ ଏବଂ ଆଖପାଖର ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଏମ ଶ୍ରୀଗୀଡା ମାର୍କେଟ ୟାର୍ଡ଼ରେ ସଭାପତି ନବୀନ ବାରିକ, ନିର୍ଦେଶକ କ୍ଷୀରସିନ୍ଧୁ ମେହେର ମଣ୍ଡି ଉଦ୍‌ଘାଟନ କରିଥିଲେ ଆର୍‌.ଏମ୍‌.ସି ଇନଚାର୍ଜ ରାକେଶ କୁମାର ପଧାନ, ଜୟନ୍ତ ଭୋଇ ଅରବିନ୍ଦ ପାତ୍ର, ଗଣେଶ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.