pakka

ଚନ୍ଦନ ମେହେର ୩ୟ ବର୍ଷ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ମେହେର କ୍ରିକେଟ ଟିମ୍‌ ଚନ୍ଦନ ମେହେର ୩ୟ ବର୍ଷ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଉଦ୍‌ଯାପନୀ ମ୍ୟାଚ୍‌ ଡାଙ୍ଗବାହାଲ ଓ ଆଗଲପୁର ମଧ୍ୟରେ ଅନୁଷ୍ଠିତ ହୋଇ ଡାଙ୍ଗବାହାଲ ଦଳ ବିଜେତା ଘୋଷିତ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥି ନିହାର ରଂଜନ ବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଜେଡି ପଂଚାୟତ ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ ସଭା ସାଂସଦ ପ୍ରତିନିଧି ଜୟନ୍ତ ବେହେରା, ବ୍ଲକ୍‌ ବିଜୁ ଜନତା ଦଳ ଯୁବ ସଭାପତି ନାରାୟଣ ସାହୁ, ଗୋପାଳ ଭୋଇ, ହିମାଂଶୁ ବାଗ, ପିଣ୍ଟୁ ଯୋଶୀ ମଂଚାସୀନ ଥିଲେ । ଉଦ୍‌ଯାପନୀ ମ୍ୟାଚ୍‌ରେ ଖେଳ ପରିଚାଳନା କରିଥିଲେ ଟିକୁ ମେହେର, ବିଜୟ ମେହେର, ନୀଳମଣି ମେହେର, ବାତ୍ସଲ୍ୟ ନାଗ । ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ଘନ ମେହେର, ଟିକୁ ମେହେର, ଡାକ୍ତର ମେହେରଙ୍କ ସହ ଏମ୍‌ପିସିଟିର ସମସ୍ତ ସଭ୍ୟମାନେ ।

jay balangir
Leave A Reply

Your email address will not be published.

sixteen + 20 =