ପ୍ରଭାବତୀ ପବ୍ଲିକ୍‌ ସ୍କୁଲରେ ଉତ୍କଳ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ପିପଲପଦର ସ୍ଥିତ ବିଦ୍ୟାଳୟ ହଲ୍‌ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଉତ୍ସବକୁ ମହାସମାରୋହରେ ପାଳନ କରିଥିଲେ । ସକାଶେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁନନ୍ଦା ଜତି, ଭାଇସ ପ୍ରିନସିପାଲ୍ ପିତାମ୍ବର ଶର୍ମା ତଥା ପ୍ରୋଜେକ୍ଟ ଡାଇରେକ୍ଟର୍‌ ସୁଶ୍ରୀ ଧରିତ୍ରୀ ମ‌ହାନ୍ତି ମିଳିତ ଭାବେ ଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁନନ୍ଦା ଜତି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍କଳ ଦିବସ ଉପଲକ୍ଷେ ସମ୍ବୋଧିତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନୁପମା ଚୌଧୁରୀ ଓ ଶିକ୍ଷକ ଉଦୟ ଚନ୍ଦ୍ର ମହାପାତ୍ର ଉତ୍କଳ ଦିବସର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶି, ସମ୍ବଲପୁରି ନୃତ୍ୟ ତଥା ବିଦ୍ୟାଳୟର ନୃତ୍ୟ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକଙ୍କ ଦ୍ୱାରା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ସୁଶୀଲ ମଲ୍ଲିକ ଓ ଛାତ୍ରଛାତ୍ରୀ ମିଳିତ ଭାବେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରିଥିଲେ ଓ ନୃତ୍ୟ ଶିକ୍ଷକ ନୀତିନ ଭଟ୍ଟାଚାର୍ଯ୍ୟ ଏହାକୁ ନୃତ୍ୟର ରୂପ ପ୍ରଦାନ କରିଥିଲେ । ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଚାନ୍ଦ ମହାପାତ୍ର ଏବଂ ଦଶମ ଶ୍ରେଣୀର ଛାତ୍ର ସାଇ ପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ । ଆୟୋଜିତ ସଭାରେ ବିଦ୍ୟାଳୟର ଏକାଡେମୀ ଡାଇରେକ୍ଟର୍‌ ସନ୍ତୋଷ କୁମାର ମଲ୍ଲିକ, ସୁଚିତା ମିଶ୍ର, ସୁରେନ୍ଦ୍ର ଦାସ, ଚିତ୍ତରଞ୍ଜନ ଚାନ୍ଦ, ପ୍ରମୋଦ କୁମାର ପାଲ, ଜେ.ଏସ୍‌. ଲକ୍ଷ୍ମୀ, ସସ୍ମିତା ଷଡ଼ଙ୍ଗୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 4 =