csstore

୨୭ତମ ଯାଦବ ସମାଜର ଦୋଳ ମହୋତ୍ସବ ଉଦ୍‌ଯାପିତ

  • ଗାଁ ବାଡି ଖେଳରେ ଦୁଳୁକିଲା ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରାଞ୍ଚଳ ଯାଦବ ସମାଜ ଆନୁକୂଲ୍ୟରେ ଗତ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳ ୭ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ୯ଟାରେ ଶେଷ ହୋଇଥିଲା । ରୀତିନୀତି ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଧରି ଓ ମାଁ ଚଣ୍ଡି, ସମଲେଇଙ୍କୁ ପୂଜାର୍ଚ୍ଚନା କରି ମହାଆଳତୀ ଆରଧ୍ୟ ହୋଇଥିଲା । ତା’ପରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ବିମାନରେ ସାଜସଜ୍ଜା କରି ସହର ପରିକ୍ରମା ପାଇଁ ଯାଦବ ଭବନ ଠାରୁ ବାହାରିଥିଲା । ଏ ବର୍ଷ ନିଆର ଢଙ୍ଗରେ କେବଳ ମହିଳାମାନେ ବିମାନ ଧରି ଶୋଭାଯାତ୍ରାରେ ବାହାରି ଥିଲେ । ମହିଳାମାନେ ବାଡି ଖେଳରେ ସହରର ସ୍ଥାନେ ସ୍ଥାନେ ଖେଳ ପ୍ରଦର୍ଶନ କରିଥିଲେ ଓ ସାଂସ୍କୃତିକ ଶୋଭାଯାତ୍ରାରେ ଏ ବର୍ଷ କେବଳ ଗାଁ ବାଡି ଖେଳକୁ ନେଇ ଶୋଭାଯାତ୍ରା କରାଯାଇଥିଲା । ସେଥି ମଧ୍ୟେ ବାରିଗାଁର ବାଡି ଖେଳ, ତୁଣ୍ଡା ଗାଁର ବାଡି ଖେଳ ଓ କେଶରପାଲିର ବାଡି ଖେଳ ସହିତ ଗାଁର କିଶାନ ନୃତ୍ୟ ସାମିଲ ହୋଇଥିଲେ । ସହରର କଚେରୀ ଛକ, ପାଟଣା ଛକ, ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଦୁର୍ଗା ମନ୍ଦିର ଦେଇ ଯାଦବ ଭବନ ଫେରିବା ବେଳେ ଅନେକ ଆକର୍ଷଣୀୟ ଖେଳ ଦେଖାଇଥିଲେ । ପୂଜା କର୍ତ୍ତା ରୂପେ କିଶୋର ଜାଲ ଓ ତାଙ୍କ ଧର୍ମପତ୍ନୀ କୁନୀ ବାଗ ଓ ପୂଜା ପୁରୋହିତ ନିଳାମୟ ଶତପଥି ପୂଜାର୍ଚ୍ଚନା କରିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଖରତମଲ ରାଉତ, ଦୁତିବାହନ ଚନ୍ଦନ, ଅଷ୍ଟମୀ ବଗର୍ତ୍ତି, ଫଗୁ ଜାଲ, ସାନ ଜାଲ, ଘାସିରାମ ଦିପ, ମହେନ୍ଦ୍ର ବାଗ, ସତ୍ୟନାରାୟଣ ବାଗ, ବରୁଣ କୁମାର ହେର୍ଣ୍ଣା, ବସୁଦେବ ନାଗ, ମଧୁ ନାଏକ, ପ୍ରସନ୍ନ ମିଶ୍ର, କୃଷ୍ଣ ଚନ୍ଦନ, ଆକୁଳ ବଗର୍ତ୍ତି, ମାଲୁ ଷାଣ୍ଢ, ଭଗବାନ ବଗର୍ତ୍ତି, ଧିରୁ ବନଛୋର, ଗୁଲାବ ବାଗ, ସନ୍ଦୀପ ବାଗ, ଅନ୍ତରାମ ବାଗ, ବସନ୍ତ କୁମାର ଷାଣ୍ଢ, ଚୈତନ୍ୟ ବଗର୍ତ୍ତି, ଶଙ୍କର ପୋଡ, ଆକୁଳ ବଗର୍ତ୍ତି ଓ ବିଭିନ୍ନ ପଡାରୁ ଆସିଥିବା ଯାଦବ ମା’ ଭଉଣୀମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.