pakka

ସିସିଏଫ୍‌ଏ କ୍ଲବର ନୂତନ କାର୍ଯ୍ୟକାରୀ କମିଟି ଗଠନ

bbehera
  • ସଭାପତି ସୁରେନ୍ଦ୍ର ନାଗ ଓ ସଂପାଦକ ହେମନ୍ତ କୁମାର ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସିସିଏଫ୍‌ଏ କ୍ଲବ, କଲେଜ ଛକ ବଲାଙ୍ଗିରର ନୂତନ କାର୍ଯ୍ୟକର୍ତ୍ତା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ପରେ ସିସିଏଫ୍‌ଏ କ୍ଲବର ପୁର୍ନଃଗଠନ ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଗତ ୭ ତାରିଖ ଦିନ ସନ୍ଧ୍ୟା ଘ.୭ଟା ସମୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପ, କଲେଜ ଛକ ଠାରେ କ୍ଲବର ପୂର୍ବତନ ନୂତନ ସଭ୍ୟଗଣଙ୍କ ଉପସ୍ଥିତିରେ କ୍ଲବ ଉନ୍ନତିକରଣ କାର୍ଯ୍ୟ ସମ୍ବନ୍ଧେ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନରୁ ଅବହେଳିତ ହୋଇ ରହିଥିବା କ୍ଲବର ନୂତନ କର୍ମକର୍ତ୍ତା କମିଟି ଗଠନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ସର୍ବସମ୍ମତି କ୍ରମେ ସଭାପତି ଭାବେ ସୁରେନ୍ଦ୍ର ନାଗ, ଉପସଭାପତି ଗାମାନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ କୁମାର ନାଗ, କୋଷାଧ୍ୟକ୍ଷ ରୂପେଶ କୁମାର ନାଗ, ଅଡିଟର ଶୋଭନ କୁମାର ଦାଶ, ନିର୍ବାହୀ ପରିଷଦ ମନୋଜକାନ୍ତ ନାଗ, ଜ୍ୟୋତିରାଜ ନାଗ, ହୁସେନ ନାଗ, ଶାନ୍ତନୁ କୁମାର ନାଗ ଓ ପରାମର୍ଶଦାତା ଭାବରେ ଅଜିତ କୁମାର ପାଲ, ଭଞ୍ଜ କିଶୋର ନାଗ ଓ ରାଜିନ୍ଦ୍ର ପାଲଙ୍କୁ ମନୋନୀତ କରାଯାଇଥିଲା । ତୃଣମୂଳ ସ୍ତରରୁ ଫୁଟବଲ ଖେଳକୁ ପ୍ରୋତ୍ସାହିତ କରାଯିବାକୁ ବହୁମତ ପ୍ରକାଶ ପାଇଥିଲା । ଏଣୁ ଫୁଟବଲ ଖେଳାଳି ଚୟନ ଓ ପ୍ରଶିକ୍ଷଣ ନିମନ୍ତେ କ୍ଲବ ସଭ୍ୟ ତଥା ପୂର୍ବତନ ଫୁଟବଲ ଖେଳାଳି ପୃଥେଶ୍ୱର ନାଗ (ଘୁଣ୍ଡୁ)ଙ୍କୁ ପ୍ରଶିକ୍ଷକ ଦାୟିତ୍ୱ କମିଟି ଦ୍ୱାରା ପ୍ରଦତ୍ତ କରାଯାଇଥିଲା । ୮ ତାରିଖ ଦିନ ନୂତନ କାର୍ଯ୍ୟକାରୀ କମିଟି ବୃନ୍ଦଙ୍କ ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡୁଡୁକାସିରା ଘାଟି ନିକଟସ୍ଥ ପ୍ରୋଜେକ୍ଟ ଠାରେ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଉତ୍ସାହର ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଳନ କରାଯାଇ ଏକ ବନ୍ଧୁମିଳନ ସଦୃଶ ବଣଭୋଜିର ଆୟୋଜନ କ୍ଲବ ସଦସ୍ୟଙ୍କ ଦ୍ୱାରା ହୋଇଥିଲା । ନୂତନ କର୍ମକର୍ତ୍ତା କମିଟିକୁ କ୍ଲବର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଂପାଦକ ସୁବୋଧ କୁମାର ବାଗ ଶପଥ ପାଠ ତଥା ପଦ ଓ ଗୋପନୀୟତା ପାଠ କରାଇଥିଲେ । ଏଥିରେ ବହୁ ପୂର୍ବତନ ସଭ୍ୟ ମନୋଜ ନନ୍ଦ, ଜିବନ ସୁନା, ବ୍ରଜ ବିହାରୀ ନାଗ, ବିଦ୍ୟୁତ କୁମାର, ଆରଜୁ ନାଗ ପ୍ରମୁଖ ଯୋଗ ଦେଇ ଉତ୍ସାହିତ ଓ ପ୍ରେରଣା ଦେଇଥିଲେ । ଶେଷରେ ନବ ନିର୍ବାଚିତ ସାଧାରଣ ସଂପାଦକ ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ସୁରେନ୍ଦ୍ର ନାଗଙ୍କ ଦ୍ୱାରା ସଭା ସାଙ୍ଗ ଘୋଷଣା କରାଯାଇଥିଲା ।

jay balangir
Leave A Reply

Your email address will not be published.

14 + twenty =

error: Content is protected !!