pakka

ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ମହିଳା ଦିବସ ପାଳିତ

bbehera

ନର୍ଲା : ଇଣ୍ଡିଆ ଫାଉଣ୍ଡେସନ୍‌ ଫର୍ ହ୍ୟୁମାନି ଷ୍ଟିକ୍ ଡେଭଲପମେଣ୍ଟ (ଆଇଏଫ୍‌ଏଚ୍‌ଡି) ତରଫରୁ ନର୍ଲା ବ୍ଲକ ଅନ୍ତର୍ଗତ ଘୁପ୍ଟି ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଇଏଫ୍‌ଏଚ୍‌ଡିର ଆଞ୍ଚଳିକ ସଂଯୋଜକ ଗନ୍ଧର୍ବ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଦ୍ରୌପଦୀ ଦଳପତି ଯୋଗଦେଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ମହିଳାମାନଙ୍କୁ ଅବଗତ କରାଇଥିଲେ । ଅନ୍ୟ ଅତିଥି ଭାବେ ଘୁପ୍ଟି ଗ୍ରାମର ୱାର୍ଡ ମେମ୍ବର ଶ୍ରୀମତୀ ନନ୍ଦିନୀ ନାଏକ, ନିଶାନପୁର ଗ୍ରାମ ପଞ୍ଚାୟତ ମହାସଂଘ ସମ୍ପାଦିକା ଶ୍ରୀମତୀ ମଞ୍ଜୁଲତା ପ୍ରଧାନ, ମା’ ପେଣ୍ଡରାଗଡେନ୍ ଏସ୍‌ଏଚ୍‌ଜିର ସଭାନେତ୍ରୀ ଶ୍ରୀମତୀ ଶାନ୍ତିଲତା ନାଏକ ଓ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ମାଧବ ନାଏକ ଆନ୍ତର୍ଜାତୀୟ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ଗ୍ରାମର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ୬୦ଜଣ ମହିଳା ଯୋଗ ଦେଇଥିଲେ । ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେତା ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଆଇଏଫ୍‌ଏଚ୍‌ଡିର ଆଞ୍ଚଳିକ ସଂଯୋଜକ ଗନ୍ଧର୍ବ ଗୌଡ ଆନ୍ତର୍ଜାତୀୟ ମହିଳା ଦିବସରେ ଉପସ୍ଥିତ ସମସ୍ତ ଅତିଥି ଓ ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen + twelve =

error: Content is protected !!