pakka

ଦେଓଗାଁ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଥିବା ବେଳେ ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବାଳିକା ବିଭାଗର ନିଳିମା ମାଝୀ ଚାମ୍ପିୟନ ହୋଇଥିବା ବେଳେ ସଂକେତ ଦଲାଇ ବାଳକ ବିଭାଗର ଚାମ୍ପିୟନ ହୋଇଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକ ଏବଂ ସମସ୍ତ ଅଣଶିକ୍ଷକ କର୍ମଚାରୀ ଉତ୍ସବରେ ସହଯୋଗ କରିଥିଲେ । ଇଂରାଜୀ ଅଧ୍ୟାପକ ଦେବଦନ୍ଧ ଗୁରୁଙ୍କ ତତ୍ତ୍ୱାବଧାନରେ କ୍ରୀଡା ଶିକ୍ଷକ ଗିରିଗୋବର୍ଦ୍ଧନ ବିଶ୍ଵାଲ ଖେଳ ପରିଚାଲନା କରିଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରସନ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nine − 1 =