pakka

କଫ ସିରଫ୍ ଜବତ, ଦୁଇ କୋର୍ଟ ଚାଲାଣ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ବେଆଇନ କଫ୍ ସିରପ କାରବାର ଅଭିଯୋଗରେ ଶୁକ୍ରବାର ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟ ଚାଲାଣ ହୋଇଥିବା ଦୁଇ ଜଣ ହେଲେ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାଟିମାଲ ଗାଁର ସିଦ୍ଧେ ପ୍ରଧାନ (୩୮) ଓ ଧଣ୍ଡାମୁଣ୍ଡାର ରାମ ମାଝୀ (୩୦) ବୋଲି ଖପ୍ରାଖୋଲ ପୋଲିସ ସୂଚନା ଦେଇଛି । ବେଆଇନ କଫ୍ ସିରଫ ରଖିବା ଅଭିଯୋଗରେ ଗୁରୁବାର ରାତିରେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କ ଠାରୁ ୧୨ ବୋତଲ ଏସ୍‌କଫ୍ ସିରଫ ଜବତ କରିଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୨୫୪/୨୨ରେ ଏକ ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା କେସ୍‌ ତଦନ୍ତକାରୀ ଅଧିକାରୀ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

7 + ten =