pakka

ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରା ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଲୋକ ପରମ୍ପରା ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ଆୟରଲାଣ୍ଡ ଜାତୀୟ ବିଶ୍ୱ ବିଦ୍ୟାଳୟର ପ୍ରଫେସର୍ ନୃତତ୍ତ୍ୱବିତ ଡ. ଲିଡିଆଗୁଜୀ ବିଶେଷଜ୍ଞ ଭାବରେ ଯୋଗଦାନ କରିଥିଲେ । ସେ ସ୍ଥାନୀୟ ପରମ୍ପରା ଓ ସଂସ୍କୃତିର ଅବକ୍ଷୟ, ବ୍ୟକ୍ତିତ୍ୱର ଅବକ୍ଷୟ ଘଟାଏ ବୋଲି ମତ ପ୍ରଦାନ କରିଥିଲେ । ଆଇକ୍ୟୁଏସି ସଂଯୋଜକ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃନ୍ଦ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 + nine =