pakka

କେନ୍ଦ୍ର କୋଇଲା ସଚିବ ଏବଂ କୋଲଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ

bbehera

ଅନୁଗୁଳ, (କେପିଏନ୍‌ଏସ୍‌) : କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ୨୯ ଡିସେମ୍ବର ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଷ୍ଟିଲ ନିର୍ମାଣରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି)କୁ ଅମ୍ରିତ ଲାଲ ମୀନା ଓ ପ୍ରମୋଦ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ଜେଏସ୍‌ପି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, କୋଲ ଗ୍ୟାସିଫିକେସନ ହେଉଛି କୋଇଲାର ଭବିଷ୍ୟତ । ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ । ଏହା ସହିତ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆର ଅଧ୍ୟକ୍ଷଙ୍କ ଜେଏସ୍‌ପି ଗସ୍ତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇଛି ।

ଜେଏସ୍‌ପି ଅନୁଗୁଳ ପ୍ଲାଣ୍ଟରେ ଅବସ୍ଥିତ ୨,୨୫,୦୦୦ Nm3/h କ୍ଷମତା ବିଶିଷ୍ଠ ଏହି ସିଜିପି ଇସ୍ପାତ ତିଆରି କ୍ଷେତ୍ରରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ୍‌ ପ୍ଲାଣ୍ଟ ଭାବେ ପରିଚିତ । ଏହା ସହିତ ଷ୍ଟିଲ ତିଆରି ପାଇଁ ଏହି ପ୍ଲାଣ୍ଟ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରିଥାଏ । ବିଶ୍ୱର ପ୍ରଥମ ଷ୍ଟିଲ ଉତ୍ପାଦକ ଭାବେ ଜେଏସ୍‌ପି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ନିଜର ଡିଆରଆଇରେ ସିନ୍ଥେସିସ ଗ୍ୟାସ(ସିନ୍-ଗ୍ୟାସ) ବ୍ୟବହାର କରିଥାଏ ଯାହାକି ଅନ୍ୟ ଇସ୍ପାତ ତିଆରି ପ୍ରକ୍ରିୟା ତୁଳନାରେ ସର୍ବନିମ୍ନ କାର୍ବନ ନିର୍ଗତ କରିଥାଏ ।

ଯାହାଫଳରେ ଆଜିର ସମୟରେ ସିଜିପି ଏକ ଅନନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି । ସିଜିପିରେ ଉତ୍ପାଦନ ହେଉଥିବା ସିନ୍-ଗ୍ୟାସରେ ୬୦% ହାଇଡ୍ରୋଜେନ ରହିଥିବାରୁ, ଏହା ପରିବେଶ ଉପଯୋଗୀ ନୀଳହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଏହି ଗସ୍ତ ବେଳେ ଜେଏସ୍‌ପି ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଭି.ଆର୍ ଶର୍ମା, ଜେଏସ୍‌ପିର ସିଇଓ ଦୀନେଶ କୁମାର ସରୋଗୀ, ଇଡ଼ି ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 1 =