pakka

କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

bbehera

କୁଡାସିଂହା, (କେପିଏନ୍‌ଏସ୍‌) : କୁଡାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଛବିଳ ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାଟି ଦୁଇ ଦିନ ବ୍ୟାପି ଚାଲିଥିଲା । ଛାତ୍ରଛାତ୍ରୀ ତଥା ପ୍ରତିଯୋଗୀମାନେ ଗ୍ରାମର ବୁଢାଡଙ୍ଗର ମନ୍ଦିରରୁ ମଶାଲ ଆଣିଥିଲେ । ଖେଳ ଶିକ୍ଷକ ଗଙ୍ଗାଧର ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ପ୍ରତିଯୋଗିତାରେ ୧୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଅଧ୍ୟାପକ ଅଧ୍ୟାପିକା ନରେଶ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ଚୌଧୁରୀ, ବିଜୟ କୁମାର ମିଶ୍ର, ନିଖାନନ୍ଦ ସର୍ଦ୍ଦାର, ଚିନ୍ମୟୀରାଣୀ ମିଶ୍ର, ବଳଭଦ୍ର ବଣ୍ଡା, ସୁବିନ୍ଦ୍ର ବାଗ, ରମେଶ କୁମାର ସାହୁ, କରୁଣାକର ମେହେର ଓ ଅଶୋକ ସାହୁ ସହଯୋଗ କରିଥିଲେ । ଅଧ୍ୟାପିକା ପ୍ରତିମା ହେର୍ଣ୍ଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × three =