pakka

ବାର୍ଷିକ କ୍ରୀଡା ଉଦ୍‌ଯାପିତ

bbehera

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଜରାସିଂହା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ଉଦ୍‌ଯାପନୀ ଉତ୍ସବରେ କ୍ରୀଡାର ମହତ୍ୱ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠ୍‌ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାପ୍ରତି ଅନୁରକ୍ତ ହେବା ପାଇଁ ଉତ୍ସାହିତ କରିଥିଲେ । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କ୍ରୀଡା ସଂସଦ ଉପସଭାପତି ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା କ୍ରୀଡାର ଉପଯୋଗିତା ବିଷୟରେ ମତ ଉପସ୍ଥାପନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରମାନଙ୍କ ମଧ୍ୟରେ ପରେଶ ଭୋଇ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ନିକିତା ମହାକୁର ଚାମ୍ପିୟନ ଘୋଷିତ ହୋଇଥିଲେ । ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତି, ନଳିନୀ କାନ୍ତ ପଧାନ ଏବଂ ପୁଷ୍ପାଞ୍ଜଳି କିଷାନ କ୍ରୀଡା ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଶୁଭଶ୍ରୀ ସାହୁ, ବାଳଶଙ୍କର ମେହେରଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nine − 2 =