ଭାରତ ନିର୍ବାଚନ ଆୟୋଗଙ୍କ ନୂଆ ଯୋଜନା : ଘରୋଇ ପ୍ରବାସୀ ଭୋଟରମାନେ ନିଜ ସ୍ଥାନରେ ଭୋଟ ଦେଇପାରିବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିର୍ବାଚନ ସମୟରେ ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଜ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି । ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି । ଏହାକୁ ବିଚାରକୁ ନେଇ ନିର୍ବାଚନ ଆଗୋୟ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଆର୍‌ଭିଏମ୍‌) ବିକଶିତ କରିଛନ୍ତି । ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଫେରି ଭୋଟ ଦେବାକୁ ପଡିବ ନାହିଁ ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪% ଥିଲା ଏବଂ ଦେଶରେ ୩୦ କୋଟିରୁ ଅଧିକ ଭୋଟର ସୋମାନଙ୍କର ମତଦାନ କରିନଥିଲେ । ବିଭିନ୍ନ କାରଣରୁ ଉକ୍ତ ଭୋଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ କରିପାରି ନଥିଲେ । ବର୍ତ୍ତମାନର ମୁଖ୍ୟ ନିର୍ବାଚନକମିଶନର ରାଜୀବ କୁମାର ହ୍ରାସ ପାଉଥିବା ମତଦାନର ତର୍ଜମା କରି ଜାଣିବାକୁ ପାଇଲେ ଯେ, ଘରୋଇ ଭୋଟର ସ୍ଥାନାନ୍ତରଣ ଏକ ମୁଖ୍ୟ ଅଂଶ ଅଟେ । ଶିକ୍ଷା ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ଘରୋଇ ଭୋଟର ସ୍ଥାନାନ୍ତରଣ ହୋଇଥାଏ । ଏହାର ସମାଧାନ ସହ ଦେଶରେ ମତଦାନ ହାର ବୃଦ୍ଧି ନିମନ୍ତେ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ପାଇଁ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକସ୍‌ ଭୋଟିଂ ମେସିନ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏଥିନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ସହମତି ଲୋଡିଛନ୍ତି । ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ତା. ୧୬/୦୧/୨୦୨୩ରେ ହେବାକୁ ଥିବା ରିମୋଟ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି । ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଲିଖିତ ମତାମତ ତା.୩୧/୦୧/୨୦୨୩ ସୁଦ୍ଧା ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.

two × three =

error: Content is protected !!