pakka

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦ୍ୱିତୀୟ ଦିନରେ କାଲସାଏପାଲିକୁ ହରାଇ ଆଗଲପୁର ବିଜୟୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିଅମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ରମାକାନ୍ତ ସେଠ ଯୋଗ ଦେଇ ଦେଇଥିଲେ । ସମ୍ମାନିତ ଅତିଥି ଫୁଟବଲ କୋଚ ସୌମେନ୍ଦ୍ର ପରିଚ୍ଛା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ୧୮ନଂ. ଜିଲ୍ଲା ପରିଷଦ ସଭ୍ୟ କୁମରମଣି ସେଠ, ସମାଜସେବୀ ଦିଗମ୍ବର ନାଏକ ମଞ୍ଚାସୀନ ଥିଲେ । କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ କମିଟି ସଭାପତି ନାରାୟଣ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ । ଆଜିର ୨ୟ ଦିନ ଖେଳରେ ଆଗଲପୁର ୧-୦ ଗୋଲରେ କାଲସାଏପାଲିକୁ ହରାଇ ବିଜୟୀ ହୋଇଥିଲେ । କମିଟିର ବିଶ୍ୱନାଥ ସୁନା, ଜନାର୍ଦ୍ଦନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରସାନ୍ତ ପଧାନ, ସୂର୍ଯ୍ୟମଣୀ ସୁନା, ତଷା ନାଗ, ସଚ୍ଚିଦାନନ୍ଦ ଭୁକ୍ତା, ସିଙ୍କୁ ପଧାନ, ଗୋପାଲ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

three − two =