pakka

ଜିଲ୍ଲା କିଶାନ କଂଗ୍ରେସର ମଣ୍ଡି ପରିଦର୍ଶନ

bbehera
  • ମିଲର୍ସଙ୍କ ଉପସ୍ଥିତିରେ କିଣା ବିକା, କଟନୀ ଛଟନୀ ବ୍ୟାପକ ଅନିୟମିତତାକୁ ନେଇ ଉଦ୍‌ବେଗ ପ୍ରକାଶ କଲା କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟିର ସଭାପତି ସାନନ୍ଦ ମିଶ୍ର ଓ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ସଦର ବ୍ଲକର ସଦାଇପାଲି, ଝାଙ୍କରପାଲି, ବାରପୁଡୁଗିଆ, ଚୁଡାପାଲି, ଶିବତଲା ଆଦି ଧାନକିଣା କେନ୍ଦ୍ର ପରିଦର୍ଶନ କରିଥିଲେ । କ୍ଷୋଭର ବିଷୟ ଏହି ଯେ ଜିଲ୍ଲା ଧାନକିଣା କମିଟି ବୈଠକରେ ଧାନ କିଣାକୁ ନେଇ ପ୍ରଶାସନ ତତ୍ପରତା ସହ କହିଥିଲେ ଯେ ଚଳିତ ଖରିଫ ଧାନକିଣା ଋତୁରେ ବିନା କଟନୀ ଛଟନୀ, ଚାଷୀଙ୍କୁ ଅଖା ସୁତୁଲି ଯୋଗାଇ ଦେବା ଏବଂ ମିଲର୍ସମାନଙ୍କ ଅନୁପସ୍ଥିତିରେ ଧାନକିଣା ସୂଚାରୁ ରୂପେ ସଂପାଦନ କରାଯିବ ବୋଲି ସ୍ଥିର କରିଥିଲେ । କିନ୍ତୁ ତାହା ସମ୍ପୂର୍ଣ୍ଣ ବ୍ୟତିକ୍ରମ ହୋଇଛି । ଆଜି ପ୍ରତିନିଧି ମଣ୍ଡଳୀ ପ୍ରଥମେ ସଦାଇପାଲି ସେବା ସମବାୟ ସମିତିକୁ ଯାଇଥିବା ସମୟରେ ସେଠି ସମ୍ପାଦକ, ଡାଟା ଏଣ୍ଟ୍ରି ଅଫରେଟର ଏମିତିକି ପିଅନ ମଧ୍ୟ ଉପସ୍ଥିତ ନ ଥିଲେ । ସେହିପରି ବାରପୁଡୁଗିଆ ସେବା ସମବାୟ ସମିତିରେ ଏସ୍‌ଏଚ୍‌ଜି ଗୃପର ମିଟିଂର ବାହାନାରେ ଗୋଟିଏ ପିଅନକୁ ଦାୟିତ୍ୱ ଦେଇ କେହି ଉପସ୍ଥିତ ନ ଥିବା ନଜରକୁ ଆସିଥିଲା ଏବଂ ସବୁଠାରୁ ପରିତାପର ବିଷୟ ଶିବତଲା ପ୍ୟାକ୍ସରେ ସିଦ୍ଧିବିନାୟକ ରାଇସ ମିଲର ଏଜେଣ୍ଟ ଘାସିରାମ ବଗର୍ତ୍ତି ମାପକ ଯନ୍ତ୍ର ସାମନାରେ କାଗଜ କଲମ ଧରି ସମ୍ପାଦକ ଓ ଡିଓଙ୍କ ଅନୁପସ୍ଥିତିରେ ଧାନ ଓଜନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ସମସ୍ତ ସମବାୟ ସମିତିର ଚାଷୀମାନଙ୍କ ସହ ଆଲୋଚନା କଲା ପରେ ସମସ୍ତେ ଏକ ସ୍ୱରରେ ୪ରୁ ୫ କେଜି କଟନୀ ଛଟନୀ ସହ ଧାନ ବିକ୍ରି କରିବାକୁ ହେଲେ ମିଲର୍ସ ହିଁ ଭରସା ବୋଲି କହିଥିଲେ । ଏ ସବୁ ଅବ୍ୟବସ୍ଥାକୁ ନେଇ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ତିବ୍ର ନିନ୍ଦା କରାଯିବା ସହ ଆଗାମୀ ଦିନରେ ପ୍ରଶାସନ ବିରୁଦ୍ଧରେ ତିବ୍ରତର ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଫକିର ମୋହନ ଥାଟି, ବିଜୟ ନାହାକ, ଲୋକନାଥ କୁମୁରା, ବାଳକୃଷ୍ଣ ବେହେରା, ମୀନ କେତନ ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

fifteen − 12 =