pakka

ପଲସର୍‌ ଆତଙ୍କ : ଦିନ ଦ୍ୱିପ୍ରହରରେ ୫୦ ହଜାର ଲୁଟ୍‌ ଅଭିଯୋଗ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ଶୁକ୍ରବାର ଅପରାହ୍ନ ପ୍ରାୟ ଦିନ ୧ ଘଂଟା ସମୟରେ ସ୍ଥାନୀୟ ଡାକ ବଙ୍ଗଳା ସମ୍ମୁଖରେ ଜଣେ ବାଇକ୍‌ ଆରୋହୀଙ୍କ ଠାରୁ ଦୁଇ ଜଣ ପଲସର୍‌ ଲୁଟେରା ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ କଂଟାବାଂଜି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତୁରେକେଲା ଥାନା ବର୍ଲା ଗାଁର ପ୍ରଦୀପ ବନଛୋର ଓ ଭକ୍ତବନ୍ଧୁ ନିଆଲ ଉଭୟେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଣ କରି ନିଜ ଘର ତୁରେକେଲା ଅଭିମୁଖେ ଯାଉଥିଲେ । ବ୍ୟାଙ୍କରୁ ଦୁଇ ଜଣ ପଲସର୍‌ ଲୁଟେରା ଓ ଅନ୍ୟ ଦୁଇ ଜଣ ଲୁଟେରା ଆପାଚି ମୋଟର ସାଇକେଲରେ ପିଛା କରି ଆସୁଥିବା ବେଳେ ଡାକ ବଙ୍ଗଳାଠାରେ ଆପାଚି ଲୁଟେରା ଓ ପଲସର୍‌ ଲୁଟେରା ବାଇକ ଡିକିରେ ଟଙ୍କା ନେଇ ଯାଉଥିବା ପ୍ରଦୀପ ଓ ଭକ୍ତବନ୍ଧୁର ଗାଡି ଆଗରେ ଲୁଟେରାମାନେ ପଛ ପଟୁ ଦ୍ରୁତ ଗତିରେ ଆସି ଏହି ଦୁଇ ଜଣଙ୍କ ଗାଡି ଆଗରେ ବାଇକ ରଖିଦେବାରୁ ପଡିଯାଇଥିଲେ । ପରେ ଲୁଟେରାମାନେ ସେମାନେ ଧରିଥିବା ୧ ଲକ୍ଷ ଟଙ୍କା ଜୋର୍‌ ଜବରଦସ୍ତ ଲୁଟୁଥିବା ବେଳେ ଲୁଟେରାମାନଙ୍କ ହାତରେ ୫୦ ହଜାର ଟଙ୍କାର ବିଡା ଛଡାଇନେଉଥିବା ବେଳେ ଅନ୍ୟ ୫୦ ହଜାର ଲୁଟ୍‌ କରୁଥିବା ବେଳେ ସ୍ଥାନୀୟ ଲୋକ ଜମା ହେବାରୁ ପଲସର୍‌ ଓ ଆପାଚି ଲୁଟେରା ୫୦ ହଜାର ଧରି ଚମ୍ପଟ ମାରିଥିଲେ । ଏହାକୁ ନେଇ ଅଭିଯୋଗ ପରେ ଏକ ମାମଲା ନଂ. ୩୪୧/୨୨ ରୁଜୁ କରି ପୋଲିସ ଘଟଣାସ୍ଥଳକୁ ଆସି ସିସି ଫୁଟେଜ୍‌ର ଯାଂଚ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରିଣୀ ରଶ୍ମିତା ବେହେରାଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.

two × 2 =