କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରଠାରେ ଚାଲିଥିବା ୨୪ତମ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ଖେଳ ଭାଟିପଡ଼ା ଏବଂ ନାନଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଟିପଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍‌ରେ ୬୩ ରନ୍‌ କରିଥିଲା । ଜବାବ୍‌ ରେ ନାନଝେର ଦଳ ୮.୪ ଓଭର୍‌ରେ ୪୭ ରନ୍‌ କରି ଅଲ୍ ଆଉଟ୍ ହୋଇଥିଲା । ଭାଟିପଡ଼ା ଦଳକୁ ମୁଖ୍ୟ ଅତିଥି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଟିଟିଲାଗଡ ନଗରପାଳକଙ୍କ ପ୍ରତିନିଧି ନବୀନ ଜୈନ ୨୦,୦୦୦ ଟଙ୍କା ସହ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବିଜେପୁର ସରପଞ୍ଚ ହୃଷୀକେଶ ବାଗ ରନରଅପ୍ ନନଝେର ଦଳକୁ ଟ୍ରଫି ସହ ୧୩୦୦୦ ଟଙ୍କା ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ୍‌ର ଅମ୍ପାୟାର ଭୋଜରାଜ୍ ରଣା ଏବଂ ଜଲମ୍ ରଣା ମ୍ୟାଚ୍‌ର ଧାରା ବିବରଣୀ ପ୍ରଦାନ କରିଥିଲେ । ଶରତ ବଗର୍ତ୍ତୀ, ଲମ୍ବୋଦର ବଗର୍ତ୍ତୀ, ଭୌତିକ ବଗର୍ତ୍ତୀ, ଦୋଲମଣି ବଗର୍ତ୍ତୀ ଏବଂ ଜିତୁ ହରପଲ୍ ଉପସ୍ଥିତ ଥିବା ବେଳେ ମ୍ୟାଚ୍‌ର ସ୍କୋରର ଥିଲେ ସୁଶିଲ ପୃଷ୍ଟି ଓ ଚନ୍ଦନ ରଣା । ଫାଇନାଲ ମ୍ୟାଚ୍‌କୁ ପ୍ରାୟ ୧୦,୦୦୦ ଦର୍ଶକ ଉପଭୋଗ କରିଥିଲେ । ପୁରସ୍କାର ବିବରଣୀ ସଭାକୁ ଲମ୍ବୋଦର ବଗର୍ତ୍ତୀ ସଞ୍ଚାଳନ କରିଥିଲେ ଏବଂ ଶରତ ବଗର୍ତ୍ତୀ ମଞ୍ଚ ପରିଚାଳନା କରିଥିଲେ । ବିଜେପି କାର୍ଯ୍ୟକାରିଣୀ ଟିଟିଲାଗଡ ସଦସ୍ୟ ଗତିକୃଷ୍ଣ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଜୟ ଜଗନ୍ନାଥ କ୍ରିକେଟ୍ କମିଟିର ସଭାପତି ଶିବ ନାରାୟଣ ବଗର୍ତ୍ତୀ, ସମ୍ପାଦକ ଚିନ୍ମୟ ବଗର୍ତ୍ତୀ, ଭୋଦେବ ବଗର୍ତ୍ତୀ, କୋଷାଧ୍ୟକ୍ଷ ରାଜେଶ ବଗର୍ତ୍ତୀ, ବିକ୍ରମ ବଗର୍ତ୍ତି, ସୁମନ ପୋଢ଼, ଝସ୍କେତନ୍ ବଗର୍ତ୍ତୀ, ସୁଶିଲ ବଗର୍ତ୍ତୀ, ଦେବାଶିଷ ବଗର୍ତ୍ତୀ, ଦୀପକ ବଗର୍ତ୍ତୀ, ପିନୁ ବଗର୍ତ୍ତୀ, ଭାନୁମିତ୍ର ବଗର୍ତ୍ତୀ, ଚନ୍ଦନ ରଣା, ସିପନ ରଣା, ଜିବେଶ ବଗର୍ତ୍ତୀ, ଅନ୍ଥୋନି ନାୟକ, ବିପିନ ବଗର୍ତ୍ତୀ, ଖିତିସ ବଗର୍ତ୍ତୀ ତଥା ଜୟ ଜଗନ୍ନାଥ କ୍ରିକେଟ୍ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + 16 =