କୋଏଲନଗର ସବୁଜ ଉଦ୍ୟାନର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଡିବ୍ଲକ ସ୍ଥିତ ସବୁଜ ଉଦ୍ୟାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଯୁବନେତା ତଥା ସାଧାରଣ ସଂପାଦକ ଲୁଟୁ ପୁହାଣ ଓ ସହସଂପାଦକ ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରକୃତି ପ୍ରେମୀଙ୍କୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ଅକ୍ଷୟ ପାତ୍ର ଓ ନିରଞ୍ଜନ ବିଶ୍ୱାଳଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସବୁଜ ଉଦ୍ୟାନ କମିଟିର ସଭାପତି ବିଶିକେଶନ ସୂତାର, ଉପସଭାପତି ପ୍ରେମାନନ୍ଦ ସାମଲ, କୋଷାଧ୍ୟକ୍ଷ ଦେବେନ୍ଦ୍ ନାୟକ, କାର୍ଯ୍ୟକାରୀ ସଂପାଦିକା ସ୍ୱର୍ଣ୍ଣଲତା ସାମଲ, ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ଦିଲ୍ଲୀପ ମହାନ୍ତି, ଆଦିତ୍ୟ ମହାନ୍ତି, ପ୍ରକାଶ ଜେନା, ବିଜୟ ପରିଡା, ସତ୍ୟ ମଲ୍ଲିକ, କପିଳେଶ୍ୱର ମହାରଣା, କୃତିବାସ ମହାପାତ୍ର, ନଗର ସଭାପତି ଗଗନ ପଣ୍ଡା, ଶିଶିର ମୁଦାଲି, ଚକ୍ରଧର ମଲ୍ଲିକ, ପିଙ୍କୁ ଜୟଶ୍ୱାଲ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 16 =