ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ ସଂଗ୍ରହ ଗାଡିରେ ପିକ୍‌ନିକ୍‌ କରିଯିବା ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ସହରର ସାରା ଚର୍ଚ୍ଚା ଲାଗି ରହିିଛି । ଭାଇରାଲ ଭିଡିଓରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ ସଂଗ୍ରହ ଗାଡିରେ ରକ୍ତ ଭଣ୍ଡାର କର୍ମଚାରୀମାନେ ପିକ୍‌ନିକ୍‌ କରିଯାଇଛନ୍ତି । ଅନ୍ୟପଟେ ଏହି ଗାଡିଟି ରକ୍ତ ସଂଗ୍ରହ ପାଇଁ ବ୍ୟବହୃତ ହେଉଥିବା ବେଳେ କର୍ମଚାରୀମାନେ ଏହି ଗାଡିଟିକୁ ପିକ୍‌ନିକ୍‌ ପାଇଁ ବ୍ୟବହାର କରିଛନ୍ତି । ତେବେ ଏହି ଭଡିଓଟି ଭାଇରାଲ ହେବାପରେ ସଂପୃକ୍ତ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚଂଚଳ ରାଣା କହିଛନ୍ତି ।

Leave A Reply

Your email address will not be published.

15 − nine =