ବାରପାହାଡ ମହୋତ୍ସବ ଉଦ୍‌ଯାପିତ

  • ବାରପାହାଡ ଦେବୀପୀଠର ଉନ୍ନତିକରଣ ହେବ : ମନ୍ତ୍ରୀ ନିରଂଜନ ପୂଜାହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରିବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଅର୍ଥ ଓ ସଂସଦୀୟ ମନ୍ତ୍ରୀ ନିରଂଜନ ପୂଜାହାରୀ ଜାନୁୟାରୀ ମାସରେ ସେ ଉଚ୍ଚ ପ୍ରତିନିଧି ଦଳ ସହିତ ଦେବୀ ବାରପାହଡ ପୀଠର ପରିଦର୍ଶନ କରିବେ ଓ ଏହାର ଉନ୍ନତିକରଣ କରାଇବେ । ମେଣ୍ଡା, ଦେଉଳପଦର, ପାଇକବାହାଲ ପଞ୍ଚାୟତର ଉତ୍ସାହୀ ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଏହି ଅଞ୍ଚଳର ପ୍ରାୟ ୬ଟି ପଞ୍ଚାୟତର ହଜାର ହଜାର ଲୋକ ସମ୍ମିଳିତ ହୋଇଥିଲେ । ମହୋତ୍ସବ ଅବସରରେ ମୀନାବଜାର ଲାଗିଥିଲା । ଫଳରେ ହଜାର ହଜାର ଦର୍ଶକ ଏଠାରେ ସମ୍ମିଳିତ ହେଉଛନ୍ତି । ମେଣ୍ଡା ଗଡତି ଅଞ୍ଚଳର ଇଷ୍ଟଦେବୀ ବାରପାହାଡଙ୍କ ନାମରେ ମହୋତ୍ସବ ନାମକରଣ କରାଯାଇଛି । ମହୋତ୍ସବରେ କଂସ ଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଏହି ମହୋତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ପ୍ରତିନିଧିମାନଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଯୋଗଦେଉଥିଲେ । ଶେଷ ସଂଧ୍ୟାରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅର୍ଥ ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ନିରଂଜନ ପୂଜାହାରୀ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ କଳାକାର କରମଚାନ୍ଦ ମହାନ୍ତି ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପୂଜାହାରୀ ତାଙ୍କ ବକ୍ତବ୍ୟରେ ବାରପାହାଡ ରିଜର୍ଭ ଜଙ୍ଗଲରେ ଥିବା ଦେବୀ ବାରପାହାଡଙ୍କ ପୀଠର ଉନ୍ନତିକରଣ ଓ ପର୍ଯ୍ୟଟନସ୍ଥଳି ପାଇଁ ହେଉଥିବା ଦାବୀକୁ ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ । କଳାକାର କରମଚାନ୍ଦ ତାଙ୍କ ନିଜସ୍ୱ ଶୈଳୀରେ ଏକ ଗୀତ ବୋଲିଥିଲେ । କଂସ ଦରବାରରେ କଂସ ଭୂମିକାରେ ଥିବା ବଲାଙ୍ଗିର ଜିଲ୍ଲା ଫଟକରା ଗ୍ରାମର ଅନୀଲ ନାଏକ ଓ ତାଙ୍କ ଟିମ୍‌ର ଅଭିନୟ ଖୁବ ଉଚ୍ଚକୋଟିର ହୋଇଥିଲା । ଶେଷଦିନରେ କଂସବଧ ହୋଇଥିଲା । ଅସତ୍ୟ ଉପରେ ସତ୍ୟର ବିଜୟକୁ ମନେପକାଇବାକୁ କଂସ ଦରବାର ଆୟୋଜିତ ହେଉଛି । ଯାହାକି ଦର୍ଶକଙ୍କୁ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ଆକର୍ଷିତ କରୁଛି । ଶେଷଦିନରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହୋତ୍ସବ ସ୍ଥଳିକୁ ପହଞ୍ଚି ଅଞ୍ଚଳର ବିକାଶ ପାଇଁ ମନ୍ତ୍ରୀ ଶ୍ରୀ ପୂଜାହାରୀଙ୍କ ସହ ଆଲୋଚନା କରିଥିଲେ । ମହୋତ୍ସବ କମିଟିର ଯୁବନେତା ରାଜେନ୍ଦ୍ର ପଣ୍ଡା, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହାଲ ସରପଞ୍ଚଗଣନାଥ ସାହୁ, ସାଗରତଳଗୋଠର ରାମଶଙ୍କର ମହାପାତ୍ର, ଗଜେନ୍ଦ୍ର ମେହେର, ମେଣ୍ଡାର ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର, ପାଇକବାହାଲର ଚକ୍ରଧର ସା, ରାଜପାଲିର ହୃଷିକେଶ ପଣ୍ଡା, ମଦନମୋହନ ପଣ୍ଡା, ବ୍ରାହ୍ମଣୀପାଲିର ଭାଗିରଥି ସାହୁ, ରାଜୀବ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

15 + 10 =