csstore

ବ୍ରହ୍ମପୁର ଟାଉନ ହଲ୍‌ରେ ଦୁଇଦିନିଆ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଲୋକକଳା ମଞ୍ଚ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁରର ସହଭାଗିତାରେ ଦୁଇଦିନିଆ ଲୋକକଳା ମହୋତ୍ସବ-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବ୍ରହ୍ମପୁର ଟାଉନ ହଲ୍ ଡାଇମଣ୍ଡ ଜୁବୁଲି ହଲ୍‌ରେ ଆୟୋଜିତ ଏହି ଲୋକକଳା ମହୋତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପରିଚାଳନା ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁର ପରିଚାଳନା ଅଧିକାରୀ ଈଶ୍ୱର କୁମାର ପରିଡା, ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ ଏବଂ ଗଞ୍ଜାମର ଲୋକକଳା ମଞ୍ଚ କଳାକାରଙ୍କୁ ମାନପତ୍ର ଦେଇ ପୁରସ୍କାରରେ ସମ୍ମାନିତ କରି ଉତ୍ସାହିତ କରିଥିଲେ । ସୂଚନା ଥାଉକି, ଗଞ୍ଜାମ ଜିଲ୍ଲା ମହକୁମାରେ ଅବସ୍ଥାପିତ ଓଡ଼ିଶାର ଦ୍ୱିତୀୟ ଅନୁଷ୍ଠାନ ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ଚଢ଼େୟା, ଚଢ଼େୟାଣୀ ନୃତ୍ୟ ଅର୍ଥାତ ଦଣ୍ଡନାଚ ଲୋକକଳା ପ୍ରଦର୍ଶନ କରି ମଞ୍ଚ ଉପରେ ପୁରସ୍କାର ସହ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ନାଚରେ ପରିଚାଳନା ମୁଖ୍ୟ ଦାୟିତ୍ଵରେ ଉମେଶ ଚନ୍ଦ୍ର ବେହେରା, ଢୋଲ ବାଦ୍ୟକାର ତଥା ନିର୍ଦ୍ଦେଶନାରେ ମୁନା ବେହେରା, ଜୀତୁରାଜ୍ ବେହେରା ସହଯୋଗ କରିଥିଲେ । ଗଞ୍ଜାମ ଲୋକକଳା ମଞ୍ଚ ପରିବାର ତରଫରୁ କଳାବିକାଶ କେନ୍ଦ୍ରର କଳାକାରଙ୍କୁ ସମ୍ମାନିତ କରାଯାଇଛି ।

jayashree
Leave A Reply

Your email address will not be published.