ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ନୃସିଂହନାଥ ଦର୍ଶନ କରାଇଲେ ସମାଜସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ସାଙ୍ଗକୁ ଆରମ୍ଭ ହୋଇଛି ବଣଭୋଜି ଋତୁ । ଏଥିପାଇଁ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ଏହି ସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ଜରାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ବିଷୟରେ ଚିନ୍ତା କରିଛନ୍ତି ଜଣାଶୁଣା ସମାଜସେବୀ ଗୀତା ମିଶ୍ର । ସମାଜସେବୀ ଗୀତା ମିଶ୍ର ଏବଂ ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ଗ୍ରାମରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କୁ ଗୋଟିଏ ବସ୍‌ ଯୋଗେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ନେଇଥିଲେ । ଅନ୍ତେବାସୀମାନଙ୍କ ଇଚ୍ଛା ଅନୁସାରେ ମହାପ୍ରଭୁ ମାର୍ଜାରକେଶରୀଙ୍କ ଦର୍ଶନ କରିବା ପରେ ସମସ୍ତଙ୍କ ପାଇଁ ମହାଭୋଗ ବ୍ୟବସ୍ଥା କରାଯାଇଥିଲା । ଅନ୍ତେବାସୀମାନେ ସମାଜସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମମତା ମିଶ୍ର, କନକ ପ୍ରଧାନ ଉପସ୍ଥିତ ଥିବା ବେଳେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲ ଉଷା ଗିରି ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen + 11 =