pakka

ଗଜବାହାଲ ହାଇସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ପଧାନ ମୁଖ୍ୟ ବକ୍ତା, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ (କ) ମହେନ୍ଦ୍ର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡୁଲେଶ୍ୱର ପଧାନ, ସମାଜସେବୀ ବାବା ଭଗବାନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଠିନ ଅଧ୍ୟବସାୟ କଲେ ଭଲ ଫଳ ମିଳିବ ବୋଲି ପ୍ରକାଶ କରିଥିଲେ । ଶିକ୍ଷକ ସୌଭାଗ୍ୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବାଳକ ଓ ବାଳିକା ସିନିଅର ବିଭାଗରୁ ମୃତୁଞ୍ଜୟ ଭୋଇ ଓ ମନୀଷା ଗହୀର, ଜୁନିଅର ବିଭାଗରୁ ସଞ୍ଜୀବ ରଣା ଓ ଲିପସା ପଧାନ, ସବ୍‌ଜୁନିଅର ବିଭାଗରୁ ଉତ୍ତମ ବେହେରା ଓ ଅନ୍ଵେଷା ପୁଟେଲ ଚାମ୍ପିୟନ ହୋଇଥିଲେ । ଶିକ୍ଷକ କୃପାସିନ୍ଧୁ ପୁଟେଲ, ରୋହିତ କୁମୁରା, ଅଶ୍ୱିନୀ କୁମାର ପଣ୍ଡା, ହରିଲାଲ ବିଭାର, ଠାକୁର ଚନ୍ଦ୍ର ଦୋରା, ରାମ ବେହେରା, ଡୋଳେଶ୍ୱର ସାହୁ, ବିବେକ ସେଠ, ପ୍ରକାଶ ମେହେର, ଅଜିତ କୁମାର ସାହୁ, ନୃପରାଜ ସାହୁ, ଭୋପାଳ ବେହେରା, ବିଶମ୍ବର ଭୋଇ ଏବଂ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.

two × three =