om academy

ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବର ଆଜି ହେଉଛି ଉଦ୍‌ଯାପନୀ ଦିବସ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବର ଆଜି ହେଉଛି ୫ମ ତଥା ଉଦ୍‌ଯାପନୀ ଦିବସ । ପ୍ରତିଦିନ ଭଳି ଆଜି ମଧ୍ୟ କାର୍ଯ୍ୟକ୍ରମ ପୂର୍ବାହ୍ନରୁ ଆରମ୍ଭ ହୋଇଛି । ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦ ଟାରୁ ୨ଟା, ଦ୍ୱିତୀୟ ଅପରାହ୍ଣ ୪ ଟାରୁ ୬ଟା ଓ ଶେଷ ଅଧିବେଶନ ସନ୍ଧ୍ୟା ୦୬.୦୦ ରୁ ୯.୩୦ ରହିଛି । ଏଥିରେ ଦେଶବିଦେଶର ଓଡିଶୀ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି । ଆଜି ଉଦ୍‌ଯାପନୀ ସଂଧ୍ୟାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କର ଯୋଗଦାନ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.